www.samajalive.in
Saturday, December 6, 2025
16.1 C
Bhubaneswar

ରାସନ କାର୍ଡଧାରୀଙ୍କୁ କରୋନା ସହାୟତା ଅର୍ଥରାଶି ପ୍ରଦାନ

ରେଙ୍ଗାଳିକ୍ୟାମ୍ପ: ଅତାବିରା ଏନଏସିରେ କରୋନା ସହାୟତା ଅର୍ଥରାଶି ପ୍ରଦାନ କାର୍ୟ୍ୟକ୍ରମ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ଘୋଷଣା କ୍ରମେ ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ କରୋନା ସହାୟତା ଅର୍ଥରାଶି ପ୍ରଦାନ କରାଯାଇଛି। ଏନଏସି ଅଧ୍ୟକ୍ଷା ଦୀପାଞ୍ଜଳି ଭୋରାସାଗର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩୮୮ ଜଣ ରାସନ୍ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ବିଜେଡି ଏନଏସି ଯୁବ ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା, ଏନଏସି ସଭାପତି ଟଙ୍କ ଦାଶ, ବାରିକ ସମାଜର କାର୍ୟ୍ୟକାରୀ ସଭାପତି ରଘୁ ବାରିକ୍, କାଉନସିଲର ବନମାଳୀ ବରିହା, ମନୋଜ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଯୋଗ ଦେଇଥିଲେ । ଅବଶିଷ୍ଟ କାର୍ଡଧାରୀଙ୍କୁ ପର୍ୟ୍ୟାୟକ୍ରମେ ଟଙ୍କା ଦିଆଯିବ ବୋଲି ଅଧ୍ୟକ୍ଷା କହିଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories