www.samajalive.in
Friday, December 5, 2025
17.1 C
Bhubaneswar

ମହିଳାଙ୍କ ଉପରେ ମାଡିଗଲା ଟ୍ରକ 

ଚିକିଟି :  ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ । ଘଟଣା ଘଟିଛି ଚିକିଟି ପେଣ୍ଠ ବଜାରରେ । ଆଜି ଦିନ ପ୍ରାୟ ୧୧ ଟା ବେଳେ କେଲାଝୁରୀ ଗ୍ରାମର ବୋହୁ ମମତା ପ୍ରଧାନ (୩୦) ତାର ଭାଇ ସହ ଚିକିଟି ଆନ୍ଦ୍ର ବ୍ୟାଙ୍କକୁ ବାଇକରେ ଆସୁଥିବା ବେଳେ ଏକ ଘରୋଇ ଫାଇନାନ୍ସ ଆଗରେ ଦୁର୍ଘଟଣାର ଶିକାର ହୋଇଥିଲେ । ବାଇକ କୁ ଓଭର ଟେକ କରି ଟ୍ରକ ଟି ଯାଉଥିବା ବେଳେ ବାଇକ କୁ ଘୋଷାରି ନେଇଥିଲା ଫଳରେ ପଛରେ ବସିଥିବା ମହିଳା ଜଣକ ଟ୍ରକ ଚକାତଳେ ପଡି ଯାଇଥିଲେ । ଟ୍ରକ ର ଚକ ମହିଳାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଚିକିଟି ଫାଣ୍ଡି ଅଧିକାରୀ ଓ ନୂଆଗାଁ ପୁଲିସ  ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଉଭୟ ବାଇକ ଓ ଟ୍ରକ କୁ ଜବତ କରି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି । ଫାଣ୍ଡି ଅଧିକାରୀ ବିଜୟ କୁମାର ପ୍ରଧାନ ।ଦୀର୍ଘ ସମୟ ଧରି ବଜାରରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଚିକିଟି ବଜାରରେ ସଂକୀର୍ଣ୍ଣ ରାସ୍ତା ଓ ଅସମ୍ଭାଳ ଭିଡ଼ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ବଜାରରେ ବାଇକ ଚାଳକ ମାନେ ବିଭିନ୍ନ ଦୋକାନ ଆଗରେ ବାଇକ ପାର୍କିଂ କରୁଥିବାରୁ ରାସ୍ତା ଜାମ ହେଉଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories