www.samajalive.in
Saturday, December 6, 2025
26.1 C
Bhubaneswar

ସାକ୍ଷୀଗୋପାଳ ଠାରେ ଓୟୁଏଟି ଶିକ୍ଷକ ସଂଘର ସାମ୍ବାଦିକ ସମ୍ମିଳନୀ

ସାକ୍ଷୀଗୋପାଳ  : ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଏକଦା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଶାର ଏକମାତ୍ର କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି )ରେ କାର୍ୟ୍ୟରତ ସମସ୍ତ ଅଧ୍ୟାପକ, ପ୍ରାଧ୍ୟାପକ, ପ୍ରଫେସର ଓ ବୈଜ୍ଞାନିକମାନେ ବର୍ତ୍ତମାନ ସଂପୂର୍ଣ୍ଣ ଅବହେଳିତ । ଏମାନେ ଦୀର୍ଘ ୧୫ ରୁ ଊର୍ଦ୍ଧ୍ବ ବର୍ଷ ଧରି ନିଷ୍ଠା ଓ ଦକ୍ଷତାର ସହ କାର୍ୟ୍ୟ ସମ୍ପାଦନ କରି ଆସୁଥିଲେ ମଧ୍ୟ ସେମାନଙ୍କର ନାର୍ୟ୍ୟ ପ୍ରାପ୍ୟ ଯେମିତିକି ପି.ଏଚ.ଡି ଇନକ୍ରୀମେଣ୍ଟ , ସମୟ ଭିତ୍ତିକ ପଦୋନ୍ନତି ବା କାସ୍ ପ୍ରଭୃତି ପାଇ ନଥିବା ବେଳେ ଅନେକେ ତ ଏପର୍ୟ୍ୟନ୍ତ ସପ୍ତମ ବେତନ କମିଶନ ଅନୁମୋଦିତ ହାରରେ ଦରମା ପାଇବାରୁ ବଞ୍ଚିତ ହୋଇ ଅଛନ୍ତି। ଦୀର୍ଘ ୧୫ ବର୍ଷ ରୁ ଉର୍ଦ୍ଧ୍ବ ଦିନ ଚୁକ୍ତି ଭିତ୍ତିକ କାର୍ୟ୍ୟ କରି ସାରିଲା ପରେ ମଧ୍ୟ ସେମାନଙ୍କର ଚାକିରୀରେ କୌଣସି ସ୍ଥାୟୀତ୍ବ ନାହିଁ କି ସାମାଜିକ ସୁରକ୍ଷା ହିସାବରେ ଜି.ପି.ଏଫ୍, ଜି.ଆଇ.ସି ଓ ଅବସରକାଳୀନ ପେନସନ ମଧ୍ୟ ପାଇ ପାରୁ ନାହାଁନ୍ତି । ବିଶ୍ଵ ବିଦ୍ୟାଳୟର ପ୍ରଶାସନରେ କମ୍ପ୍ୟୁଟରୀକରଣ ବ୍ୟବସ୍ଥା ଏ ପର୍ୟ୍ୟନ୍ତ ହୋଇ ପାରିନାହିଁ । ତେଣୁ ଯେକୌଣସି ଫାଇଲ୍ କାର୍ୟ୍ୟ ବର୍ଷ ବର୍ଷ ଧରି ପଡି ରହିଛି । ବିଶ୍ବବିଦ୍ୟାଳୟ ପ୍ରଶାସନରେ ସମ୍ପୂର୍ଣ୍ଣ ଶିଥିଳତା ଆସିଗଲାଣି । ବିଗତ କିଛି ବର୍ଷ ହେଲା ନୂତନ ଅଧ୍ୟାପକ, ପ୍ରାଧ୍ୟାପକ ଓ ବୈଜ୍ଞାନିକ ମାନଙ୍କ ନିଯୁକ୍ତି ପ୍ରକ୍ରିୟା ପ୍ରାୟତଃ ଠପ୍ ହୋଇଗଲାଣି କହିଲେ ଚଳେ । ଶିକ୍ଷାଦାନ , କୃଷି ଗବେଷଣା ଓ ସଂପ୍ରସାରଣ ବ୍ୟବସ୍ଥା ସୂଚାରୁରୂପେ ଚାଲୁ ରଖିବା ପାଇଁ ଓୟୁଏଟିରେ କାର୍ୟ୍ୟରତ ସମସ୍ତ ଅଧ୍ୟାପକ ଓ ବୈଜ୍ଞାନିକ ମାନଙ୍କ ଅବସର ବୟସସୀମା ୬୦ ବର୍ଷରୁ ୬୫ ବର୍ଷ କରାଯିବା ପାଇଁ ସଂଘ ଅନେକ ଦିନରୁ ଦାବୀ କରି ଆସୁଛି । ଏଥି ପାଇଁ ମୋଟ ୧୮ ଗୋଟି ଦାବୀକୁ ନେଇ ଓୟୁଏଟି ଶିକ୍ଷକ ସଂଘ ଗତ ନଭେମ୍ବର ୧ ତାରିଖରୁ ସମୂହ ବ୍ଲାକ୍ ବ୍ୟାଚ ପରିଧାନ ଓ ନୀରବ ପ୍ରତିବାଦ କରି ଆସୁଛି । ଆଗାମୀ ଦିନରେ ଏହି ଦାବୀ ଗୁଡ଼ିକ ପୂରଣ ନହେଲା ପର୍ୟ୍ୟନ୍ତ ନୀରବ ପ୍ରତିବାଦ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ଏବଂ ସ୍ଥଳ ବିଶେଷରେ ଏହାକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ସଂଘର ସଭାପତି ଡ଼. ସଞ୍ଜୟ କୁମାର ମହାନ୍ତି ମତବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ଡ଼.ପ୍ରଦୀପ୍ତ କୁମାର ସାହୁ ଏବଂ ଯୁଗ୍ମ ସମ୍ପାଦକ ଡ଼. ଅମ୍ବିକା ପ୍ରସାଦ ନାୟକ ଉପସ୍ଥିତ ଥିଲେ ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories