www.samajalive.in
Sunday, December 7, 2025
15.1 C
Bhubaneswar

ଦକ୍ଷିଣ ରାଉରକେଲାରେ ଖ୍ରୀଷ୍ଟମାସ ପାଳିଲେ ଶ୍ରଦ୍ଧାଳୁ ; ଚର୍ଚ୍ଚରେ ନିରାଡମ୍ବର ପ୍ରାର୍ଥନା ସଭା

ସାରନଗରୀ : ଆଜି ବଡ଼ ଦିନରେ ଧରାବତରଣ କରିଥିଲେ ପ୍ରଭୁ ଯୀଶୁ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠ। ପାଇଁ ପ୍ରଭୁ ଯୀଶୁ ଆଜିର ଦିନରେ ମେରୀଙ୍କ କୋଳରେ ମେଣ୍ଢା ଶାଳରେ ଶିଶୁ ରୂପେ ଜନ୍ମଗ୍ରହଣ କରିଥିଲେ । ଚଳିତ ବର୍ଷ ମହାମାରୀ କରୋନାର ପ୍ରକୋପ ଯୋଗୁ ଖ୍ରୀଷ୍ଟଧର୍ମାଲମ୍ବୀଙ୍କ ପବିତ୍ର ଖ୍ରୀଷ୍ଟମାସ ଅବା ବଡ଼ଦିନ ପର୍ବ ଦକ୍ଷିଣ ରାଉରକେଲାରେ ବିଭିନ୍ନ ଚର୍ଚ୍ଚରେ ନିରାଡମ୍ବର ଭାବେ ପ୍ରାର୍ଥନା, ଭର୍ଚୁଆଲ ପ୍ରାର୍ଥନା ସଭାର ଆୟୋଜନ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଇଥିଲା । ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟିଆନ ଭାଇ, ଭଉଣୀ ମାନେ ଏକତ୍ରିତ ହୋଇ ପ୍ରଭୁ ଯୀଶୁଙ୍କୁ ଆରାଧନା କରିଥିଲେ । ଶ୍ରଦ୍ଧାଳୁ ମାନେ ଅଳ୍ପ ସଂଖ୍ୟାରେ ଏକଜୁଟ ହେବା ସହ କ୍ୟାଣ୍ଡେଲ ଜାଳି ପ୍ରଭୁ ଯୀଶୁଙ୍କ ଆରାଧନା କରି ତାଙ୍କର କରୁଣା ଲାଭ ପାଇଁ ପ୍ରାର୍ଥନା ଲାଭ କରିଥିଲେ । ଦକ୍ଷିଣ ରାଉରକେଲାର ବାଲିଯୋଡ଼ି ସ୍ଥିତ ରୋମାନ କ୍ୟାଥୋଲିକ, ଜଲଦା ବି ବ୍ଲକ ସିଏନଆଇ ଚର୍ଚ୍ଚ, ଟାଙ୍ଗରପାଲୀ ସ୍ଥିତ ଚର୍ଚ୍ଚ, ଦେଓଗାଁ ଏନଡବ୍ଲୁ ଜିଏଲ ଚର୍ଚ୍ଚ, ଏବିସି କଲୋନୀ ସ୍ଥିତ ଫୁଲଗପସଲ ଚର୍ଚ୍ଚ, ଦୁଆ କା ଘର, ନିତ୍ୟାନନ୍ଦନଗର ସ୍ଥିତ ଜିଏମଜି ଚର୍ଚ୍ଚ, ଜଲଦା ସି ବ୍ଲକ ସ୍ଥିତ ଜିଇଏଲ ଗୀର୍ଜାରେ ,ଅସୁରଛାପଲ ଗଂଜୁଟୋଲିସ୍ଥିତ ଜି.ଏଲ.ଚର୍ଚ୍ଚ,ନବକୃଷ୍ଣନଗରସ୍ଥିତ ଗିର୍ଜା ଟୋଲି ଖ୍ରୀଷ୍ଟମାସ ଓ ବଡ଼ଦିନ ଉତ୍ସବ କରୋନା ମହାମାରୀ ଯୋଗୁ ଫିକା ପଡ଼ି ଯାଇଥିଲା । ଖ୍ରୀଷ୍ଟମାସ ଟ୍ରି, ଷ୍ଟାର ଆଦିରେ ଶୋଭାମଣ୍ଡନ କରୁଥିଲା ବିଭିନ୍ନ ଚର୍ଚ୍ଚ । ଅପରପକ୍ଷରେ କୋଭିଡ଼ କଟକଣା ଯୋଗୁ ଚଳିତ ବର୍ଷ ବଡ଼ଦିନ ପର୍ବରେ ପାଳନ ହେଉଥିବା ବିଭିନ୍ନ ମନୋରଂଜନଧର୍ମୀ ସାଂସ୍କୃତିକ କାର୍ୟ୍ୟକ୍ରମ, କ୍ରୀଡ଼ାଭିତିକ କାର୍ୟ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । ଚର୍ଚ୍ଚ ଗୁଡ଼ିକରେ ବିଧିରକ୍ଷା ନିମନ୍ତେ କେବଳ ପୂଜାର୍ଚ୍ଚନା କରାଯାଇଥିଲା । ଦକ୍ଷିଣ ରାଉରକେଲା ସମେତ ସାରନଗରୀର ବିଭିନ୍ନ କଲୋନୀ ଓ ବସ୍ତି ଅଂଚଳରେ ବସବାସ କରୁଥିବା ଖ୍ରୀଷ୍ଟ୍ରିଆନ ଶ୍ରଦ୍ଧାଳୁ ମାନେ ନିଜ ନିଜର ପରିବାର ସହିତ ସାମାଜିକ ଦୂରତା ବଜାୟ ରଖି ପବିତ୍ର ଖ୍ରୀଷ୍ଟମାସ ପର୍ବ ପାଳନ କରିଥିଲେ । ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଅବସରରେ କେକ କଟାଯିବା ସହିତ ପରସ୍ପର ମଧ୍ୟରେ ମିଷ୍ଟାନ ବିତରଣ କରାଯାଇ ଭାଇଚାରା ଓ ଶାନ୍ତିର ବାର୍ତା ବାଂଟିଥିଲେ ଖ୍ରୀଷ୍ଟିଆନ ଧର୍ମାଲମ୍ବମୀ ମାନେ । ଶ୍ରଦ୍ଧାଳୁ ମାନେ ନିଜ ବନ୍ଧୁ, ପରିଜନ ମାନଙ୍କୁ ମୋବାଇଲ ତଥା ସୋସିଆଲ ମିଡ଼ିଆ ମାଧ୍ୟମରେ ବଡ଼ଦିନର ଶୁଭେଚ୍ଛା ବାର୍ତା ପ୍ରଦାନ କରିଥିଲେ ।

ଆଜି ସକାଳୁ ଶ୍ରଦ୍ଧାଳୁଙ୍କୁ ନେଇ ନିରାଡମ୍ବର ଭାବେ ଚର୍ଚ୍ଚ ଗୁଡ଼ିକରେ ଖ୍ରୀଷ୍ଟମାସ ପର୍ବ ପାଳିତ ହେବା ଲକ୍ଷ୍ୟ କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ନୂତନବସ୍ତ୍ର ପରିଧାନ କରି ଚର୍ଚ୍ଚକୁ ଆସିବା ପରେ ରିତୀନିତୀ ଅନୁଯାୟୀ ପ୍ରାର୍ଥନା କରିଥିଲେ । ପବିତ୍ର ଖ୍ରୀଷ୍ଟମାସ ଅବସରରେ ନିତ୍ୟାନନ୍ଦନଗର ସ୍ଥିତ ଜିଏମଜି ଚର୍ଚ୍ଚରେ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ବାକ୍ୟଦାନ, ପବିତ୍ର ସହଭାଗିତା, ମଧ୍ୟରାତ୍ର ପ୍ରାର୍ଥନା ଓ ଧାର୍ମିକ ଆଲୋଚନା ମାନ କରାଯାଇଥିଲା ବୋଲି ଖ୍ରୀଷ୍ଟ୍ରିୟାନ ଶ୍ରଦ୍ଧାଳୁ ରେଭରେନ ଡା. ଅଭିଜିତ ପାଉଲ ଲାକ୍ରା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ନିତ୍ୟାନନ୍ଦନଗର ସ୍ଥିତ ଚର୍ଚ୍ଚରେ ଜିଏମଜି କେନ୍ଦ୍ରରେ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଦେଶ ଓ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରାଯିବା ସହ ବାଇବେଲ ପାଠ କରାଯାଇଥିଲା । ବଡ଼ଦିନ ଯୋଗୁ ବିଭିନ୍ନ ଚର୍ଚ୍ଚରେ ଶାନ୍ତିଶୃଖଂଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରମୁଖ ଛକରେ ପୁଲିସ କର୍ମୀ ମୁତୟନ କରାଯାଇଥିଲା ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories