ସୁସ୍ଥ ରହିବା ପାଇଁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନତା ରଖିବା ଦରକାର
ଟୋପ ହାଇସ୍କୁଲ ରେ ସ୍ୱଚ୍ଛତା ପକ୍ଷ ପାଳନ, ସଚେତନତା ଶୋଭାଯାତ୍ରା
ରେଙ୍ଗାଲିକେମ୍ପ: ଆଜି ଟୋପ ହାଇସ୍କୁଲରେ ଗାଇଡ କ୍ୟାପଟେନ ଅନୁସୂୟା ଦେବତା ଓ ସ୍କାଉଟ୍ ମାଷ୍ଟର ପ୍ରମୋଦ ମିଶ୍ର ଙ୍କ ତତ୍ବାବଧାନରେ ସ୍କାଉଟସ ଓ ଗାଇଡ ମାନଙ୍କୁ ନେଇ ଜନ ସଚେତନତା ଅଭିଯାନ କରାଯାଇଥିଲା। ସ୍ବଚ୍ଛତା ପକ୍ଷ ପାଳନର ଚତୁର୍ଦ୍ଦଶ ଦିବସ ଅବସରରେ ପରିବେଶ ସୁରକ୍ଷା ସହ ସ୍ୱଚ୍ଛ ରଖିିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ ଓ ସୁସ୍ଥ ରହିବା ପାଇଁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନତା ରଖିବା ନିହାତି ଆବଶ୍ୟକ ଅଟେ ବୋଲି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜନ ସାଧାରଣଙ୍କୁ ସଚେତନ କରିଥିଲେ। ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶ, ଆମରି ସୁରକ୍ଷା ଆମରି ହାତେ, ପଲିଥିନ ବ୍ୟବହାର ବନ୍ଦ କର ଆଦି ଅନେକ ପ୍ରକାର ସଚେତନ ମୂଳକ ସ୍ଲୋଗାନ ଦେଇ ପ୍ଲାକାଡ ଧରି ଗ୍ରାମ ପରିକ୍ରମା କରିଥିଲେ। ଏହା ସହ କରୋନା ମହାମାରୀ ସହ ମୁକାବିଲା କରିବାକୁ ଆମେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା,ବାରମ୍ବାର ହାତ ଧୋଇବା ଆଦି ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରିଥିଲେ ସ୍କାଉଟ୍ସ୍ ଓ ଗାଇଡମାନେ।
ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ପ୍ରତି ବିଦ୍ୟାଳୟମାନଙ୍କରେ ଡିସେମ୍ବର ମାସର ୧-୧୫ ତାରିଖ ପର୍ଯ୍ୟନ୍ତ ସ୍ବଚ୍ଛତା ପକ୍ଷ ପାଳନ କରାଯାଉଛି । ଏହି ଯୋଜନା ଅନୁସାରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସ୍ବଚ୍ଛତା ଉପରେ ଅଧିକ ସଚେତନ ଆଣିବା ପାଇଁ ତାଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯିବା ସହ ସ୍ବଚ୍ଛତା ଅଭିଯାନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଦେବରାଜ ବେହେରା, ଲଳିତ କୁମାର ଗଡତିଆ, ସୁଧୀର ରଥ, ବାଳମୁକୁନ୍ଦ ସାହୁ, ଶିକ୍ଷୟିତ୍ରୀ ସୁଚେତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.