www.samajalive.in
Tuesday, December 9, 2025
15.1 C
Bhubaneswar

ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ, ଯାତାୟତ ପ୍ରଭାବିତ

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ -୪ ଅଧିନରେ ଥିବା  ଦମ୍ ଦମା ନଲିଆ ଦେଇ  ଅତାବିରା ଗେସ ଗୋଦାମକୁ ଯିବା ରାସ୍ତାରେ ଥିବା ପୋଲ ଉପରେ ପାଖାପାଖି ୩/୪ ଫୁଟରୁ ଊର୍ଦ୍ଧ୍ବ ପାଣି ପ୍ରବାହିତ ହେଉଛି। ଗୋଟିଏ ପଟେ ରାସ୍ତା ସମ୍ପୂର୍ଣ ଭାଙ୍ଗି ଧୋଇହୋଇ ଯିବା ଯୋଗୁଁ ଲୋକଙ୍କ ଯାତାୟାତ ବନ୍ଦ ହୋଇ ପଡ଼ିଛି। ଏହି ପୋଲ ଦେଇ  ପ୍ରତ୍ୟହ ସ୍ଥାନୀୟ  ଲୋକଙ୍କ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀ,ସରକାରୀ ,ବେସରକାରୀ କର୍ମଚାରୀ ତଥା ପାହାର ଶ୍ରୀଗିଡ଼ା ଅଞ୍ଚଳକୁ ସଂଯୋଗ କରୁଥିବା  ଗ୍ରାମକୁ ଲୋକେ   ଯିବାଆସିବା କରିଥାନ୍ତି ।
ଏହି ରାସ୍ତାର ଖାଲୁଆ ପୋଲ କୁ ବ୍ରିଜ ଭାବେ ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲା।ହେଲେ ଏନ୍ ଏସି କର୍ତ୍ତୃପକ୍ଷ ଲୋକଙ୍କ ଦାବୀକୁ ନଶୁଣି ଯେଭଳି ଖାଲୁଆ ପୋଲ ରହିଥିଲା ତାରି ଉପରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଅନୁଦାନରେ ନିମ୍ନ ମାନର କାର୍ଯ୍ୟ କରି ଅର୍ଥ ହରିଲୁଟ ହୋଇଥିବା ଯୋଗୁଁ କିଛି ଦିନ ପରେ ପୋଲର ଗୋଟିଏ ମୁଣ୍ଡ ଭୁଶୁଡ଼ି ପଡ଼ିଥିଲା।
ସେଇ ଭଙ୍ଗା ସ୍ଥାନରେ  ସାମାନ୍ୟ ମାଟି ପୋତି ନିଜ ଦୋଷ  ରୁ ବାହାରି ଯାଇଥିଲେ ଏନଏସି କର୍ତ୍ତୃପକ୍ଷ। ଯାହାକି ଆଜି ଏଇ ଦଶା ପଥଚାରୀଙ୍କୁ ଭୋଗିବାକୁ ପଡୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ଠିକ୍ ସେହିପରି ଗୃହ ନିର୍ମାଣ ବିଭାଗ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ସରକାର ଙ୍କ ପକ୍ଷରୁ ୯୬ ହଜାର ୯ଶହ ୧ ଟଙ୍କା ଅଟକଳ ମୂଲ୍ୟରେ ନିର୍ମିତ ଗାଧୁଆ ତୁଠ ଓ ଲୁଗା ବଦଳାଇବା ଗୃହ ଏବେ ପାଣି ଘେରରେ।ଯାହା ଫଳରେ ସ୍ଥାନୀୟ ମହିଳା ମାନେ  ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ନାମକୁ ମାତ୍ର କାନ୍ଥ ଠିଆ ହୋଇଛି କେବଳ ଧର୍ମ କୁ ଆଖି ଠାର ପରି,ବା କି କାମରେ କିଛି ଆସୁନାହିଁ ।
ତେବେ  ଆଉ କେତେ ବର୍ଷ ଓ କେତେ ଟଙ୍କା ଖର୍ଚ୍ଚ ହେଲେ ଲୋକେ ସୁବିଧାରେ ଯିବା ଆସିବା କରି ପାରିବେ ବୋଲି ସାଧାରଣ ରେ  ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories