www.samajalive.in
Saturday, December 6, 2025
16.1 C
Bhubaneswar

ଧାନ ବିଲ ପରିଦର୍ଶନ କରି କ୍ଷତି ପୂରଣ ମିଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ : ଅତାବିରା ଅଞ୍ଚଳରେ ” ମିଗ୍ ଜୋମ” ବାତ୍ୟାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ଧାନ କ୍ଷେତ ପରିଦର୍ଶନ କରିଥିଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ। ତିନି ଦିନ ଧରି ଲଗାଣ ବର୍ଷାରେ ବ୍ଲକ ଅନ୍ତର୍ଗତ ଅନେକ ଚାଷୀଙ୍କ ଧାନ ବିଲରେ ନଷ୍ଟ ହୋଇ ଗଜା ଧରିଛି। ଏ ନେଇ ଚାଷୀ ମହଲରେ ଚିନ୍ତା ସୃଷ୍ଟି ହୋଇଛି।
ଏ ନେଇ ବିଧାୟିକା ଚାଷୀଙ୍କ କ୍ଷତି ହୋଇଥିବା ଧାନ ବିଲକୁ ଯାଇ ନିଜେ ଦେଖିଥିଲେ। ବ୍ଲକର ହୀର୍ଲିପାଲି, ଲଚିଦା, ଖରମୁଣ୍ଡା, ଟାଙ୍ଗରପାଲି,ସିଲେଟ, ପାହାର ଶ୍ରିଗିଡା, କାଦୋବାହାଲ ଓ ଝିଲିମିଣ୍ଡା ଆଦି ଗ୍ରାମକୁ ଯାଇ ସେଠାରେ ଥିବା ମଣ୍ଡି ପରିଦର୍ଶନ ସହ ବିଲରେ ପଡ଼ି ନଷ୍ଟ ହୋଇଥିବା ଧାନ ଦେଖି ଦୁଃଖ ପ୍ରକାଶ କରିଥିଲେ। ଚାଷୀଙ୍କୁ ସମବେଦନା ଜଣାଇ ତାଙ୍କର କ୍ଷତି ପୁରଣ ନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କୁ ଫୋନ ମାଧ୍ୟମରେ ଜଣାଇଲେ। ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ ଏଥିପାଇଁ ଆଲୋଚନା କରିବେ ବୋଲି ଆଶ୍ଵାସନା ଦେଇଛନ୍ତି । ଏହି ପରିଦର୍ଶନ ସମୟରେ ବିଧାୟିକାଙ୍କ ସହ ଜିଲ୍ଲା ପରିଷଦ ସୁଦାମ ଜାଳ,ରଞ୍ଜିତ ସାହୁ,ବରଗଡ଼ ଏସଡିସିସି ସଭାପତି ନରେନ୍ଦ୍ର ପ୍ରଧାନ, ଆର୍ ଏମ୍ ସି ଉପ ସଭାପତି ସୁବାସ ହୋତା ତଥା ଅଞ୍ଚଳ ରାଜସ୍ବ ଅଧିକାରୀ ,ଭିଏଡବ୍ଳୁ, ବିଧାୟିକା ପ୍ରତିନିଧି ଗଣେଶ ସାହୁ ,ଏନ୍ ଏ ସି ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ। ଏହା ବ୍ୟତୀତ କ୍ଷୟକ୍ଷତିର ଆକଳନ କରି ଆସନ୍ତା ୧୨ ତାରିଖ ସୁଦ୍ଧା ତହସିଲ ଅଧୀନରେ ଥିବା ସମସ୍ତ ରାଜସ୍ୱ ଅଧିକାରୀ ମାନଙ୍କୁ ରିପୋର୍ଟ ଦେବାପାଇଁ କଡ଼ାକଡି ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories