ଓଲଟିଲା ପିକଅପ୍ ଭ୍ୟାନ; ଅଳ୍ପକେ ବର୍ତ୍ତିଲେ ଚାଳକ

ରେଙ୍ଗାଲିକ୍ୟାମ୍ପ : ଅତାବିରାରେ ଥମୁନି ଦୁର୍ଘଟଣା । ଗୋଟିଏ ଦିନରେ ଦୁଇଟି ଦୁର୍ଘଟଣା । ଗତକାଲି ସନ୍ଧ୍ୟା ପ୍ରାୟ ୭ ଟାରେ ଅତାବିରା ପୁରୁଣା ସିନେମା ହଲ ସମ୍ମୁଖରେ ରେଢ଼ାଖୋଲରୁ ବରଗଡ଼ ଅଭିମୁଖେ ଯାଉଥିବା ଏକ ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ଡିଭାଇଡର ଉପରେ ଓଲଟିଥିଲା । ଅଳ୍ପକେ ଗାଡ଼ି ଚାଳକ ସତ୍ୟବାନ୍ ଅମାତ୍ (୧୯)ବର୍ତ୍ତିଯାଇଛନ୍ତି । ତାଙ୍କ କହିବା ଅନୁଯାୟୀ ତାଙ୍କ ଗାଡ଼ି ସମ୍ମୁଖକୁ ହଠାତ୍ ଏକ ଗାଈ ଆସିଯାଇଥିଲା । ତାକୁ ବଞ୍ଚାଇବା ପାଇଁ ସେ ବ୍ରେକ ଦେଇଥିଲେ । ଗାଈଟି ବଞ୍ଚିଗଲା ,କିନ୍ତୁ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ଗଲା ଏହି ଖବର ପାଇ ଅତାବିରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଚାଳକକୁ ପଚରାଉଚୁରା କରିବା ପରେ ସାମାନ୍ୟ ଆଘାତ ଲାଗିଥିବା ହେତୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇଥିଲେ । ରାସ୍ତା କଡର ହାଇମେକ୍ସ ବତି ଗୁଡ଼ିକ ଭାଙ୍ଗି ନଷ୍ଟ ହୋଇଯାଇଛି । ଏହି ପିକଅପଟି ବରଗଡ଼କୁ ପନିପରିବା ବୋଝେଇ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ କିଛି ଘଣ୍ଟା ପୂର୍ବରୁ ଏହି ଦୁର୍ଘଟଣାସ୍ଥଳ ଠାରୁ ଅଧ କିମି ଦୂରରେ ଏକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣାର ମାତ୍ରାକୁ ହ୍ରାସ କରିବା ତଥା ସୁବିଧାରେ ଅନେକ ଯାନବାହାନ ନିଜ ନିଜ ପାର୍ଶ୍ଵରେ ଅତିକ୍ରମ କରିବେ ବୋଲି ଚାରିଥାକିଆ ରାସ୍ତାର ନିର୍ମାଣ କରାଯାଇ ରାସ୍ତାକୁ ପ୍ରଶସ୍ତ କରାଯାଇଛି । ହେଲେ ଚାରିଥାକିଆ ହେବା ପରେ ଦୁର୍ଘଟଣା କମିବା ପରିବର୍ତ୍ତେ ଏକ ପ୍ରକାର ବଢ଼ି ଚାଲିଛି ଅତାବିରାରେ । ଏହାର ମୁଖ୍ୟ କାରଣ ହେଉଛି ଟ୍ରାଫିକ । ଅତାବିରାର କୌଣସି ଛକରେ ଇଲେକ୍ଟ୍ରୋନିକ ଟ୍ରାଫିକ ବ୍ୟବସ୍ଥା ନାହିଁ । ଯାହା ଫଳରେ ଦୁର୍ଘଟଣା ନିତି ଦିନିଆ ଭାବେ ଘଟି ଅମୂଲ୍ୟ ଜୀବନ ଚାଲିଯାଉଛି ବୋଲି ଅଭିଯୋଗ ହେଉଛି।

kalyan agarbati

Comments are closed.