ହିନ୍ଦୁ ଶାସ୍ତ୍ରରେ ଦାନର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ମାତ୍ର ଏପରି କେତେକ ଜିନିଷ ରହିଛି ଯାହାକୁ ଦାନ ଦେବା ଦ୍ୱାରା ଅଶୁଭଫଳ ପ୍ରାପ୍ତ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଳେଖ ରହିଛି । ଜାଣନ୍ତୁ ..
କିଛି ନିର୍ଦ୍ଦିଷ୍ଟ ସମୟରେ ତେଲର ଦାନ କରିବା ଶୁଭଙ୍କର । ମାତ୍ର ଯେଉଁ ତେଲ ବ୍ୟବହାର ହୋଇଛି କିମ୍ବା ଖରାପ ହୋଇ ଯାଇଛି , ତାହାକୁ ଆଦୌ ଦାନ ଦିଅନ୍ତୁୁ ନାହିଁ । ଏହାଦ୍ୱାରା ଶନିଦେବ କ୍ରୋଧିତ ହୋଇ ଥାଆନ୍ତି । ଏହାସହ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।
ଝାଡୁ ଏପରି ଏକ ଜିନିଷ,ଯାହାକୁ ଦାନ କରିବା ଦ୍ୱାରା ପରିବାରରେ ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ । ହିନ୍ଦୁ ଧର୍ମରେ ଝାଡୁକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ଝାଡୁ ଦାନ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି । ତେଣୁ ଏହାକୁ ଦାନ କରନ୍ତୁ ନାହିଁ ।
ପ୍ଲାଷ୍ଟିକ, ମାଟି, ଏଲୁମିନିୟମ, ପିତ୍ତଳ, କଂସା ଓ ଧାତୁ ଭଳି ଅନେକ ଧାତୁ ରହିଛି । ତେବେ ଏହିସବୁ ମଧ୍ୟରୁ ପ୍ଲାଷ୍ଟିକ, ଷ୍ଟିଲ୍, କାଚ ଓ ଆଲୁମିନିୟମ ଭଳି ବାସନକୁ ଦାନ ଦେବା ଶୁଭଙ୍କର ନୁହେଁ । ଏହାଦ୍ୱାରା କର୍ମକ୍ଷେତ୍ର ଓ ବ୍ୟବସାୟରେ କ୍ଷତି ହୋଇଥାଏ । ଘରେ କଳହ ଲାଗି ରହିଥାଏ ।
ଏହି ଅଭିଯୋଗରେ ରାତି ତିନିଟାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କଲା ପୁଲିସ
ଛୁରୀ, କଇଁଚି, କଣ୍ଟା ଭଳି ଧାରୁଆ ଜିନିଷକୁ ଆଦୌ ଦାନ ଦିଅନ୍ତୁ ନାହିଁ । ଏହା ଦୁର୍ଭାଗ୍ୟର କାରଣ ହୋଇଥାଏ ।
ଅସହାୟଙ୍କୁ ଅନ୍ନ ଦାନ ଦେବା ଶୁଭଙ୍କର । ମାତ୍ର କଦାପି ଖରାପ କିମ୍ବା ବାସି ଖାଦ୍ୟକୁ ଆଦୌ ଦାନ ଦିଅନ୍ତୁ ନାହିଁ । ନିଜେ ଯେଉଁ ଭୋଜନ କରୁଛନ୍ତି, ସେହି ଭୋଜନକୁ ହିଁ ଅନ୍ୟକୁ ଦାନ କରନ୍ତୁ । ବାସି ଭୋଜନ ଦାନ ଦେବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ ।
ଶନିଙ୍କ କୃପା ପ୍ରାପ୍ତି ଓ ପ୍ରଭାବରୁ ମୁକ୍ତି ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ..
ଶନିବାର ଦିନ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ। ଏହାସହ ସନ୍ଧ୍ୟା ସମୟରେ ସୋରିଷ ତେଲର ଦୀପ ମଧ୍ୟ ନିଶ୍ଚୟ ଲଗାନ୍ତୁ।
ଶନିବାର ଦିନ ବିରି ଡାଲିରେ ଖେଚେଡି ପ୍ରସ୍ତୁତ କରି ଶନିଦେବଙ୍କୁ ଭୋଗ ଲଗାଇବା ସହ ଏହାକୁ ବାଣ୍ଟି ଦିଅନ୍ତୁ।
ଶନିବାର ଦିନ ଭଗବାନ ବିଷ୍ଣୁଙ୍କ ସହସ୍ରନାମ ପାଠ କରନ୍ତୁ ନଚେତ୍ ଶୁଣନ୍ତୁ। ଏହାଦ୍ୱାରା ଶନିଦେବଙ୍କ କୃପା ପ୍ରାପ୍ତି ହୋଇଥାଏ।
ଶନିବାର ଦିନ ପ୍ରଭୁ ହନୁମାନଙ୍କ ପୂଜା ନିଶ୍ଚୟ କରନ୍ତୁ। ଏହାସହ ହନୁମାନ ଚାଳିଶା ପାଠ କରନ୍ତୁ।
ଶନିବାର ଦିନ ଭଗବାନ ଶିବଶଙ୍କରଙ୍କୁ କଳାରାଶି ନିଶ୍ଚୟ ଅର୍ପଣ କରନ୍ତୁ।



