www.samajalive.in
Saturday, December 6, 2025
14.1 C
Bhubaneswar

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ; ପୁଲିସ ଜେରାରେ ସ୍ଵାମୀ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଟାଙ୍ଗରପାଲି ପଞ୍ଚାୟତ ଅନ୍ତର୍ଗତ ଜୁନାନି ଗ୍ରାମର ତଳିପଡ଼ା (ସିନ୍ଦୁଡେରା) ଠାରେ ଦିନ ଦିପହରେ ଘଟି ଯାଇଛି ହତ୍ୟାକାଣ୍ଡ । ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ।  ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ସୂତ୍ରରୁ ଜଣା ପଡ଼ିଛି , ପ୍ରାୟ ଅପରାହ୍ନ ଗୋଟାଏ ସମୟରେ ପଡ଼ାରେ ରହୁଥିବା ଭାଗିରଥି ନାଏକ (୪୨) ନାମକ ଜଣେ ବ୍ୟକ୍ତି ବାରଣ୍ଡାରେ ଶୋଇଥିବା ତାଙ୍କ ସ୍ତ୍ରୀ ସିତୟା ନାଏକଙ୍କୁ ତିନିଥର ଟାଙ୍ଗିଆରେ ଚୋଟ ମାରି ଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ହତ୍ୟା ସମୟରେ ଭାଗିରଥୀଙ୍କ ପିତା ମଧ୍ୟ ଉପସ୍ଥିତ ରହି ଏହାକୁ ସ୍ୱଚକ୍ଷୁରେ ଦେଖିଥିବା ଜଣାପଡିଛି। ସିତୟାଙ୍କ ଦୁଇ ଝିଅ  (୧୪ ) , (୧୨) ଓ ପଞ୍ଚମ ଶ୍ରେଣୀରେ ପଢୁଥିବା ପୁଅ ଘର ଭିତରେ ଟିଭି ଦେଖୁଥିବା ସମୟରେ ବାରଣ୍ଡାରେ ଶିତୟା ଶୋଇଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅତାବିରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ଵାମୀକୁ ଗିରଫ କରି ତାକୁ ପଚରା ଉଚୁରା କରୁଛି । କିନ୍ତୁ ଏ ଯାଏ ହତ୍ୟାର କାରଣ ଜଣା ପଡି ନାହିଁ। କେଉଁ କାରଣରୁ ସେ ହତ୍ୟା କଲେ ପରିବାରର ମଧ୍ୟ କେହି କିଛି କହୁ ନାହାନ୍ତି। ଏହାକୁ ଦେଖିଥିବା ଭାଗିରଥିଙ୍କ ପିତା ଭୟରେ ଅନ୍ୟ ଆଡ଼େ ଚାଲି ଯାଇଛନ୍ତି। ଖବର ଯିବା ପର୍ୟ୍ୟନ୍ତ ପୁଲିସ, ସମ୍ବଲପୁରରୁ ବୈଜ୍ଞାନିକ ଦଳ ଅନୁସନ୍ଧାନି କୁକୁରକୁ ନେଇ ପହଞ୍ଚିଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories