www.samajalive.in
Saturday, December 6, 2025
16.1 C
Bhubaneswar

ଡାବୁଗାଁରେ ବେଆଇନ ପଥର ଚାଲାଣ

ନବରଙ୍ଗପୁର : ବେଆଇନ ପଥର ଚାଲାଣ ଅଭିଯୋଗରେ ନବରଙ୍ଗପୁର ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ଡାବୁଗାଁ ବନଦୁର୍ଗ। କ୍ରସରର ମାଲିକ ପ୍ରଭାତ କୁମାର ବିଷୋୟୀଙ୍କୁ ୩୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ବେଆଇନ ଭାବେ ପଥର ବୋଝେଇ ହୋଇଥିବା ନେଇ ଖବର ପାଇବା ପରେ ଉପଜିଲାପାଳ ଶ୍ରୀ ରାଉତ ପହଁଚି ପଥର ବୋଝେଇ ହୋଇଥିବା ଦଶ ଚକିଆ ଗାଡିକୁ ଜବତ କରିଥିଲେ । ଏଥିରେ ୧୬ ସି.ଏମ ପଥର ବୋଝେଇ ହୋଇଥିବା ଜଣାପଡିଥିଲା । ଛେଳିବେଡା ପଥର କୁଆରୀରୁ ବେନିୟମ ଭ।ବେ ଏହି ପଥର ନିୟମିତ ଭାବେ ନେଉଥିବା ଜଣାପଡିଥିଲା । ଉପଜିଲାପାଳ ଶ୍ରୀ ରାଉତ ତୁରନ୍ତ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦେଶ ଦେଇ ଜୋରିମାନା ଟଙ୍କା ଆଦାୟ କରିବାକୁ କହିଥିଲେ । ପରେ ସମସ୍ତ ଜୋରିମାନା ପୈଠ କରିବା ପରେ ଟ୍ରକକୁ ଛାଡି ଦିଆଯାଇଥିଲା । ତେବେ ଏହି ପଥର ଠିକା କାମରେ ନିୟୋଜିତ କରାଯାଉ ଥିବାବେଳେ କ୍ରସରରେ ମେଟାଲ ଓ ଚିପସ କରି ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ବର୍ଷବର୍ଷ ଧରି ବେଆଇନ ଭ।ବେ ପଥର ନେଉଥିବାବେଳେ ଏହି କ୍ରସରର ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଦୃଢ଼ ଦାବି ହେଉଛି ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories