www.samajalive.in
Saturday, December 6, 2025
16.1 C
Bhubaneswar

ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦନ୍ତ କଲେ ଲୋକାୟୁକ୍ତ ଟିମ୍

ଚୌଦ୍ୱାର: ଚୌଦ୍ୱାର ପୌରପାଳିକାରେ ବିଭିନ୍ନ ଯୋଜନାରେ ହୋଇଥିବା ଅନିୟମିତତାକୁ ନେଇ ସ୍ଥାନୀୟ ସୂଚନା ଅଧିକାର କର୍ମୀମାନଙ୍କ ତରଫରୁ କରାଯାଇଥିବା ଅଭିଯୋଗ ପରିପ୍ରେକ୍ଷୀରେ ଲୋକୟୁକ୍ତଙ୍କ ଏକ ଟିମ୍ ପୌରପାଳିକାର ବିଭିନ୍ନ ୱାର୍ଡକୁ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦନ୍ତ କରି ଫେରିଯାଇଛନ୍ତି।

ମିଳିଥିବା ସୂଚାନୁଯାୟୀ, ୨୦୧୭ ରୁ ୨୦୨୦ ମସିହାରେ ନିର୍ବାଚିତ କାଉନସିଲ ନଥିବା ସମୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଉନ୍ନୟନ ଯୋଜନାରେ ବହୁ ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ କରି କାର୍ଯ୍ୟର ସଂପୂର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ସୂଚନା ଅଧିକାର କର୍ମୀ ମନୋଜ ସାହୁ ଆରଟିଆଇରେ ଚୌଦ୍ୱାର ପୌରପାଳିକାକୁ ତଥ୍ୟ ମାଗିଥିଲେ। ପୌରପାଳିକା ତରଫରୁ ଦିଆ ଯାଇଥିବା ତଥ୍ୟ ଉପରେ ସନ୍ଦେହ ପ୍ରକଟ କରି ସେ ଲୋକାୟୁକ୍ତଙ୍କ ପାଖରେ ୨୦୨୧ ମସିହାରେ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ଉପ ନିର୍ଦ୍ଦେଶକ ବି.ଏନ.ଆଚାର୍ଯ୍ୟ, ସହକାରୀ ଅଧିକ୍ଷଣ ଯନ୍ତ୍ରୀ ଜଗବନ୍ଧୁ ମିଶ୍ର, ସୁଶାନ୍ତ ମିଶ୍ର ଓ ପୁଲିସ ଅଧିକାରୀ ସୁନିଲ ପଟ୍ଟନାୟକ ପ୍ରମୁଖ ଅଭିଯୋଗ ହୋଇଥିବା ୱାର୍ଡଗୁଡିକୁ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଅଭିଯୋଗଯୁକ୍ତ କାର୍ଯ୍ୟଗୁଡିକ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ଘଟଣାସ୍ଥଳରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଟିିମ୍‌‌ ପୌରପାଳିକାର ୬ ଓ ୭ନଂ ୱାର୍ଡର ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଥିବା ବେଳେ ଅନ୍ୟ କିଛି ୱାର୍ଡରେ ମଧ୍ୟ ଅଭିଯୋଗ ରହିଛି, ଯାହାର ତଦନ୍ତ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories