www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ବଲପୁର ଘଟଣା ପ୍ରତିବାଦରେ ବିଜେପିର ୬ଘଣ୍ଟିଆ ବନ୍ଦ ପାଳନ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ମହକୁମାରେ ହନୁମାନ ଜୟନ୍ତୀ କମିଟି ପକ୍ଷରୁ ଶୋଭାଯାତ୍ରା କରାଯାଉଥିବା ବେଳେ ଏକ ଗୋଷ୍ଠୀ ପଥର ମାଡ଼ ସହ ଆକ୍ରମଣ କରିବା ପ୍ରତିବାଦରେ ଆଜି ଜିଲ୍ଲା ବିଜେପିର ଆହ୍ୱାନ କ୍ରମେ କୁଚିଣ୍ଡାରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା  । ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ଦେଖାଯାଇଛି ।
ସୂଚନା ଯୋଗ୍ୟ ,ଗତ ବୁଧବାର ସମ୍ବଲପୁର ହନୁମାନ ଜୟନ୍ତୀ କମିଟି ବାଇକ ଶୋଭାଯାତ୍ରା କରିଥିବା ବେଳେ ଭକ୍ତ ଓ ପୁଲିସଙ୍କ ଉପରେ ଆକ୍ରମଣ ସହ ପଥର ମାଡ଼ ହୋଇଥିଲା  । ଏହି ଘଟଣାରେ ବହୁ ଭକ୍ତ ସମେତ ପୁଲିସ ଅଧିକାରୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି । ଏହାର ପ୍ରତିବାଦରେ ଆଜି ବିଜେପି ଜିଲ୍ଲା କମିଟି ୬ ଘଣ୍ଟିଆ ବନ୍ଦ ଆହ୍ୱାନ ଦେଇଥିଲା  । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ କୁଚିଣ୍ଡାରେ ବନ୍ଦ ପାଳନ କରାଯାଇଥିଲା । ଦୋକାନ, ବଜାର ବନ୍ଦ ରହିବା ସହ ସରକାରୀ, ବେସରକାରୀ କାର୍ୟ୍ୟାଳୟ ବନ୍ଦ ରହିଥିଲା  । ଆଜି ପଣା ସଂକ୍ରାନ୍ତି ଛୁଟି ଥିବାରୁ ବହୁ ଅଫିସ ସ୍ୱାଭାବିକ ବନ୍ଦ ରହିଥିଲା। ଦଳୀୟ କାର୍ୟ୍ୟକର୍ତ୍ତା ମାନେ ବିଭିନ୍ନ ରାସ୍ତା ଅବରୋଧ କରିବାରୁ ମାଲବାହୀ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥଲା  । ଜାତୀୟ ରାଜପଥ ପାର୍ଶ୍ଵରେ ଶହ ଶହ ଗାଡି ଛିଡା ହୋଇଥିଲେ । ସକାଳୁ ଯାତ୍ରୀବାହି ବସ ଚଳାଚଳ ବନ୍ଦ ରହିବାରୁ ଯାତ୍ରୀ ମାନେ ଘୋର ଅସୁବିଧା ପାଇଥିବା ଦେଖାଯାଇଥିଲା । ଆନ୍ଦୋଳନରେ ସହରୀ ମଣ୍ଡଳ ସଭାପତି କାହ୍ନୁ ଚରଣ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କର, ପିଙ୍କୁ ପାଣି, ମହେଶ ରାୟ, ପ୍ରାଣବନ୍ଧୁ ନାଥ, ରାଣାପ୍ରତାପ ସିଂ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories