www.samajalive.in
Sunday, December 7, 2025
26.1 C
Bhubaneswar

ଖଳିନଦୀରେ ପାରମ୍ପରିକ ସାମୂହିକ ବାଲିଶ୍ରାଦ୍ଧ

ତିଗିରିଆ: ତିଗିରିଆର କଳା, ସଂସ୍କୃତି ଓ ଧାର୍ମିକ ପରମ୍ପରା ଅଞ୍ଚଳକୁ ମହନୀୟ କରିଛି। ବର୍ଷକର ବିଭିନ୍ନ ଋତୁରେ ନାନାଦି ପର୍ବପର୍ବାଣୀ ମଧ୍ୟରେ ତାହା ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳେ। ସେଥି ମଧ୍ୟରୁ ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ତିଗିରିଆ ବ୍ଳକ ଗଦାଧରପୁର ଶ୍ରୀରଘୁନାଥଜୀଉ ପୀଠ ସନ୍ନିକଟ ଖଳିନଦୀ ବାଲିତୁଠରେ ପାରମ୍ପରିକ ସାମୂହିକ ବାଲିଶ୍ରାଦ୍ଧ ଅନନ୍ୟ। ହସ୍ତତନ୍ତ ପ୍ରସିଦ୍ଧ ନୂଆପାଟଣା, ଜେମାଦେଇପୁର ଏଵଂ ମାଣିଆବନ୍ଧ ଅଞ୍ଚଳର ହଜାର ହଜାର ଅଶ୍ୱିନୀ, ବୈଷ୍ଣବ ଏଵଂ ସରାକ ସମ୍ପ୍ରଦାୟର ପରିବାରବର୍ଗ ନିଜର ସ୍ଵର୍ଗବାସୀ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ବାଲି ଶ୍ରାଦ୍ଧ କରି ପିଣ୍ଡ ଦାନ କରିଥାନ୍ତି।

ଶୁକ୍ରବାର ପ୍ରତ୍ୟୁଷରୁ ପରିବାରଗୁଡ଼ିକ ପକ୍ଷରୁ ମୁଖ୍ୟ ପୁରୁଷ ଓ ମହିଳା ସଦସ୍ୟମାନେ ବିଭିନ୍ନ ପୂଜା ସାମଗ୍ରୀ, ଧୂପ, ଦୀପ, ନୈବେଦ୍ୟ, ମିଷ୍ଟାନ୍ନ, ଦୁବ ଅରୁଆ ଚାଉଳ ଆଣି ଖଳିନଦୀ ବାଲିତୁଠରେ ବ୍ରାହ୍ମଣଙ୍କ ଦ୍ଵାରା ହୋମ୍ ଓ ବୈଦିକ କର୍ମକାଣ୍ଡ କରାଇ ବାଲିଶ୍ରାଦ୍ଧ ପ୍ରଦାନ କରିଥିଲେ। ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ବ ଏହି ସମ୍ପ୍ରଦାୟର ପରିବାର ପକ୍ଷରୁ ଏହି ବାଲି ଶ୍ରାଦ୍ଧ ପ୍ରଦାନ କରାଯାଇଥିଲା। ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଏହି ବାଲି ଶ୍ରାଦ୍ଧ ଚାଲୁ ରହିଥିଲା। ନଦୀକୂଳରେ ଥିବା ବିଭିନ୍ନ ବୃକ୍ଷ ଛାଇ ତଳେ ବ୍ରାହ୍ମଣଙ୍କ ହୋମ ଓ ମନ୍ତ୍ର ଧ୍ଵନି ମଧ୍ୟରେ ପିଣ୍ଡଦାନର ପରମ୍ପରା ସ୍ୱର୍ଗବାସୀ ପୂର୍ବଜଙ୍କ ପ୍ରତି ରହିଥିବା ଶ୍ରଦ୍ଧା ଓ ସମ୍ମାନର ଆଧ୍ୟାତ୍ମିକ ସମାବେଶ ପରି ପ୍ରତୀୟମାନ ହୋଇଥିଲା।

- Advertisement -

ଉପରୋକ୍ତ ଅଞ୍ଚଳର ହସ୍ତତନ୍ତ ବୁଣାକାର ପ୍ରଧାନ ଏହି ପରିବାରବର୍ଗ ନବଦ୍ଵୀପ ନଦିୟା ଅଞ୍ଚଳର ପୂର୍ବଜଙ୍କ ଉତ୍ତର ଦାୟଦ ବୋଲି ଦାବି କରିଆସନ୍ତି। ଭଗବାନ ରାମଚନ୍ଦ୍ର ବନବାସ ସମୟରେ ପିତା ଦଶରଥଙ୍କୁ ସରଜୁ ନଦୀ କୂଳରେ ବାଲିଶ୍ରାଦ୍ଧ ପ୍ରଦାନ କରିଥିଲେ। ସେହିଭଳି ନବଦ୍ଵୀପ ନଦୀୟାରେ ପୂର୍ବଜଙ୍କୁ ନଦୀ କୂଳରେ ବାଲି ଶ୍ରାଦ୍ଧ ଦେବାର ପରମ୍ପରା ରହିଥିବା ବେଳେ ଏଠାକାର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବୁଣାକାର ପରିବାରଗୁଡ଼ିକ ବହୁ ପୁରୁଣା କାଳରୁ ଏହି ଶ୍ରାଦ୍ଧକୁ ପାଳନ କରି ଆସୁଥିବା ଜଣାଯାଏ। ଏହି ବାଲିଶ୍ରାଦ୍ଧ କାର୍ଯ୍ୟକ୍ରମ ପାଇଁ ଗଦାଧରପୁର ଗ୍ରାମବାସୀଙ୍କ ପକ୍ଷରୁ ବାଲିତୁଠ ପରିମଳକୁ ସଫାସୁତରା କରାଯାଇଥାଏ। ଏଠାରେ ପିଣ୍ଡ ଦାନ ପରେ ଉକ୍ତ ପରିବାର ଗୁଡ଼ିକ ଘରେ ନାନାଦି ମିଷ୍ଟାନ୍ନ ଓ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ନିଜେ ଖାଇବା ସହିତ ଆତ୍ମୀୟ ବନ୍ଧୁ ପରିଜନଙ୍କୁ ପ୍ରଦାନ କରିଥାନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories