www.samajalive.in
Sunday, December 7, 2025
16.1 C
Bhubaneswar

ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଚାରା ରୋପଣ

ରେଙ୍ଗାଲିକ୍ୟାମ୍ପ: ଉତ୍କଳମଣି ଗୋପବନ୍ଧୁଙ୍କ ୧୪୫ ତମ ଜୟନ୍ତୀ ଅବସରରେ ଅତାବିରା ବ୍ଲକ ଟାଙ୍ଗର ପାଲି ଶlନ୍ତିବନ ଗୁରୁକୂଳ ଆଶ୍ରମ ତଥା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟୋପର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁସୁୟା ଦେବତା ଚାରାରୋପଣ କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ  ସମାଜକୁ ସୁସ୍ଥ ରଖିବା ପାଇଁ ସର୍ବୋତ୍କୃଷ୍ଟ ବ୍ୟବସ୍ଥା ହେଉଛି ଲୋକଙ୍କୁ ସଚେତନ କରିବା ଓ ବୃକ୍ଷ ରୋପଣ କରିବା । କରୋନା ମହାମାରୀ ସମୟରେ ଅନେକ ଲୋକଙ୍କ ଅମୂଲ୍ୟ ଜୀବନ  ଅମ୍ଳଜାନ ଅଭାବରୁ ଚାଲିଯାଇଛି । ତେଣୁ ପରିବେଶରେ ଅମ୍ଳଜାନର ପରିମାଣକୁ ବୃଦ୍ଧି କରିବାକୁ ହେଲେ ବୃକ୍ଷ ରୋପଣ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି ।

ଏହା ବ୍ୟତୀତ ଗୋପବନ୍ଧୁଙ୍କ ଆଦର୍ଶ ନୀତି ଓ ନିଃସ୍ଵାର୍ଥପର ମାନବ ସେବାରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ ତାର କିଛି ପ୍ରତିଫଳନ ସୃଷ୍ଟି କରିବା ପାଇଁ ସେ ଏହି ବୃକ୍ଷ ରୋପଣ କରିଥିବା କହିଛନ୍ତି । ପ୍ରତି ବର୍ଷ ଏହି ଅବସରରେ ଶିକ୍ଷୟିତ୍ରୀ ଅନୁସୁୟା ବୃକ୍ଷ ରୋପଣ କରିଥାନ୍ତି ।  ୨୦ ଟି ଅନେକ  ପ୍ରକାର ଫୁଲ ଚାରା ସହ କୃଷ୍ଣ ଚୂଡା, ନିମ୍ବ ଆଦି ଚାରା ରୋପଣ କରି ସେ ଜନ ସାଧାରଣଙ୍କୁ  ବାର୍ତ୍ତା ଦେଇଛନ୍ତି  “ବୃକ୍ଷ ହିଁ ଜୀବନ  ” ବୃକ୍ଷ ବତରେ ଅମ୍ଳଜାନ “। ଏହି ଚାରା ରୋପଣ କରିବା ସହ ସେ ଗୋପବନ୍ଧୁଙ୍କ ଏକ ବାଣୀକୁ ଜନମlନସରେ ପ୍ରତିଫଳିତ କରିବାର ପ୍ରୟାସ କରିଛନ୍ତି।

- Advertisement -

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories