www.samajalive.in
Sunday, December 7, 2025
23.1 C
Bhubaneswar

ଅତାବିରା ମହାବିଦ୍ୟାଳୟର ସଫଳତା

ରେଙ୍ଗାଲିକ୍ୟାମ୍ପ : ଅତାବିରା ମହାବିଦ୍ୟାଳୟର ଯୁକ୍ତ ଦୁଇ ରେ ଶତ ପ୍ରତିଶତ ଫଳାଫଳ ହେବ। ପରେ ଏବେ ପ୍ରାଣୀ ବିଜ୍ଞାନ ବିଭାଗରେ ଛାତ୍ରୀଙ୍କ କୃତିତ୍ୱ ଲାଭ । ଗୋଟିଏ ପରେ ଗୋଟିଏ ସଫଳତା ଯୋଗୁ ଅଞ୍ଚଳର ଛାତ୍ର ଛାତ୍ରୀ ତଥା ଅଭିଭାବକ ମହଲରେ ଏହି ମହାବିଦ୍ୟାଳୟ ପ୍ରତି ଆସ୍ଥା ଓ ବିଶ୍ୱାସ ବଢ଼ି ଯାଇଛି । ଚଳିତ ଯୁକ୍ତ ତିନି ଶେଷ ଅର୍ଥାତ୍ ତୃତୀୟ ବର୍ଷ ପ୍ରାଣୀ ବିଜ୍ଞାନ ସମ୍ମାନ ୨୩ ଜଣଙ୍କ ମଧ୍ୟରେ ରେ ଝୁମି ଦେବତା ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ନବମ ସ୍ଥାନରେ ରହି କୃତିତ୍ୱ ହୋଇଛନ୍ତି ।ଏହି ସଫଳତା ପାଇଁ ସେ ଅତାବିରା ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ପ୍ରଧାନ ତଥା ପ୍ରାଣୀ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଙ୍କୁ ଶ୍ରେୟ ଦେଇଛନ୍ତି । ଏହି ସଫଳତା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଝୁମିଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଏହି ମହାବିଦ୍ୟାଳୟରେ ଅନେକ ଛାତ୍ର ଛାତ୍ରୀ ପାଠ ପଢ଼ି ଆଜି ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି । ଆଜି ମଧ୍ୟ ଅଞ୍ଚଳବାସୀଙ୍କ ସେଇ ଆସ୍ଥାକୁ ଅତୁଟ ରଖିବା ପାଇଁ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories