www.samajalive.in
Sunday, December 7, 2025
26.1 C
Bhubaneswar

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ଲୀଳା ଖେଳାରେ ଉଛୁଳିଲା ଭଗବାନ କଲୋନୀ

ରେଙ୍ଗାଲିକ୍ୟାମ୍ପ :  ସର୍ବତ୍ର ପାଳିତ ହୋଇଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମ ଦିନକୁ ଅତି ହର୍ଷ ଉଲ୍ଲାସରେ ପ୍ରତି ଘରେ ପ୍ରତି ଗ୍ରାମରେ ପାଳିତ ହୋଇଛି । ଏହି ଅବସରରେ ଅତାବିରା ଶାସ୍ତ୍ରୀନଗର ସ୍ଥିତ ଭଗବାନ କଲୋନୀରେ ମଧ୍ୟ ଅତି ହର୍ଷ ଉଲ୍ଲାସରେ ପ୍ରତି ବର୍ଷ ଭଳି ପାଳିତ ହୋଇଛି ଜନ୍ମାଷ୍ଟମୀ । ଏହି ଜନ୍ମାଷ୍ଟମୀ ଅବସରରେ କଲୋନୀର କୁନି କୁନି ପିଲାମାନେ ଶ୍ରୀକୃଷ୍ଣ , ରାଧା ,ବଳରାମ , ଗୋପାଳ ପୁଅ ଆଦି ବେଶରେ ସଜ୍ଜିତ ହୋଇ ଅତି ଆନନ୍ଦର ସହିତ ଏହି ପର୍ବକୁ ପାଳନ କରିଥିଲେ।କଲୋନୀରେ ଚାରିଆଡ଼େ ଆମ୍ବତୋରଣ ଓ ରଙ୍ଗୀନ କାଗଜରେ ସୁସଜ୍ଜିତ କରାଯାଇଥିଲା।
ଏହି ଦିନ ପାଇଁ ପିଲାଙ୍କ ମନରେ ଅନେକ ଦିନରୁ ଉତ୍ସାହ ଭରି ରହିଥାଏ । ଗୋଟିଏ ମାସ ପୂର୍ବରୁ ସେମାନେ ଏହି ବେଶ ପୋଷାକ ,ଅଳଙ୍କାର ଯୋଗାଡ କରିବାରେ ଲାଗି ଯାଇଥାନ୍ତି । ଜନ୍ମାଷ୍ଟମୀ ଦିନ ସକାଳୁ ଆରମ୍ଭ ହୁଏ ପିଲାଙ୍କର ଶ୍ରୀକୃଷ୍ଣ ଲୀଳା । ଗୋପାଳ ପୁଅଙ୍କ ସହ ଶ୍ରୀକୃଷ୍ଣ ଖେଳିବା , ନାଚିବା ଆଦି ଲୀଳା ଅତି ମନୋମୁଗ୍ଧକର ହୋଇଥାଏ । ସତେ ଯେମିତି ଏହି କଲୋନୀଟି ପାଲଟି ଯାଏ ଗୋପପୁର ।। ସନ୍ଧ୍ୟା ସମୟରେ ଶ୍ରୀକୃଷ୍ଣ ଓ ଗୋପାଳ ପୁଅଙ୍କ ଦ୍ଵାରା ଦହି ହାଣ୍ଡି ଭାଙ୍ଗିବା ଦୃଶ୍ୟ ଅତୀବ ମନୋରମ ହେବା ସହ ପରିବେଶ ମଧ୍ୟ ଏହି ଅନୁରୂପ ହୋଇ ଉଠେ । ଗୋପାଳ ପୁଅଙ୍କ କାନ୍ଧରେ ଚଢ଼ି ଶ୍ରୀ କୃଷ୍ଣ ଦହି ହାଣ୍ଡି ଭାଙ୍ଗିଥାନ୍ତି ଓ ସମସ୍ତେ ମିଶି ଦହି ଖାଇଥାନ୍ତି । ଏହି ଜନ୍ମାଷ୍ଟମୀରେ ତେଜସ୍ମାନ ମେହେର ଓ ଶ୍ରେୟାନ୍ସ ସାହୁ କୃଷ୍ଣ ବେଶ ,ପରମଜିତ ହୋତା ଓ ଅଭିଷେକ ମହାକୁର ବଳରାମ ବେଶ ,ପରାଗ  ଓ ପୀୟୂଷ ଗୋପାଳ ବେଶ ଓ ନିକିତା କୁଲୁଶ୍ରି ରାଧା ବେଶରେ ସୁସଜ୍ଜିତ ହୋଇଥିଲେ । ପରେ ସନ୍ଧ୍ୟା ସମୟରେ ଉପବାସ କରିଥିବା ମହିଳା ମାନଙ୍କର ଜନ୍ମାଷ୍ଟମୀ ବ୍ରତ ପୂଜା ଆରମ୍ଭ ହୋଇଥାଏ । ବ୍ରାହ୍ମଣଙ୍କ ଦ୍ଵାରା ଜନ୍ମାଷ୍ଟମୀ କଥା ପାଠ କରାଯାଏ । ଏହାପରେ ଶ୍ରୀ କୃଷ୍ଣଙ୍କ ପାଇଁ ସଜ୍ଜିତ ହୋଇଥିବା ଦୋଳିରେ କୃଷ୍ଣଙ୍କୁ ଝୁଲାଯାଏ ।ସମସ୍ତେ ମିଶି ଦୋଳି ଝୁଲା ଗୀତ ଗାଇ ଅତି ଭକ୍ତି ସହକାରେ ପୂଜାର୍ଚ୍ଚନା କରି ପୁଷ୍ପାଞ୍ଜଳି ଅର୍ପଣ କରିଥାନ୍ତି । ପୂଜା ପରେ କଲୋନୀ ରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥାଏ ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories