ସମାନ କାମକୁ ସମାନ ଦରମା ପାଇଁ ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀଙ୍କ ସାଧାରଣ ବୈଠକ

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ଠାରେ ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ    ମହାସଂଘର ସଭାପତି ତଥା ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଲଲିତ ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉପସ୍ଥିତ କର୍ମଚାରୀ ମାନେ ନିଜ ନିଜର ସମସ୍ୟାକୁ ଉପସ୍ଥାପନ କରିବା ପରେ ତାର ସମାଧାନ ଉପରେ ବିଶେଷ ଆଲୋଚନା ହୋଇଥିଲା । ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ / ନିୟମିତ କରିବା   ସହ ସମାନ କାମକୁ ସମାନ ଦରମା ପ୍ରଦାନ କରିବା ପାଇଁ ଦୃଢ଼ୋକ୍ତି ପ୍ରକାଶ ପାଇଥିଲା ।

prayash

ଅସ୍ଥାୟୀ କର୍ମଚାରୀ ମାନଙ୍କ ଇ.ପି.ଏଫ୍, ଇ.ଏସ.ଆଇ ତଥା ଚାକିରି ସର୍ତ୍ତାବଳୀ ପାଇଁ ମ୍ୟାନେଜମେଣ୍ଟ ସହ ସଂଘ ଆଲୋଚନା କରିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ । ଏହା ବ୍ୟତୀତ ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ବୀମାର ସୁବ୍ୟବସ୍ଥା କରିବା ପାଇଁ ଦାବୀ ଉପସ୍ଥାପନା  କରାଯାଇଥୂଲା ।  ଦରମା ପ୍ରଦାନରେ କରାଯାଉଥିବା ତାରତମ୍ୟ ନୀତିକୁ ବିରୋଧ କରାଯାଇଥିଲା । ସମାନ ଯୋଗ୍ୟତା ଥାଇ ସମାନ ପରିଶ୍ରମ କରୁଥିଲେ ସୁଦ୍ଧା ଦରମାରେ ପାତର ଅନ୍ତର ନୀତିକୁ ସଂଘ ତୀବ୍ର ବିରୋଧ କରିବା ସହ ପ୍ରତିକ୍ରିୟା ପ୍ରକାଶ କରିଥିଲା । ତେବେ କର୍ମଚାରୀ ମାନଙ୍କ ସମସ୍ତ ସମସ୍ୟାକୁ ଗୁଡ଼ିକର ସମାଧାନ କରିବା ସଂଘର ଲକ୍ଷ୍ୟ ଅଟେ ।

କର୍ମଚାରୀ ମାନଙ୍କ ହକ ପାଇଁ ସଂଘ ଆଜିଯାଏଁ ସଂଗ୍ରାମ କରି ଆସିଛି ଓ ଆଗକୁ ମଧ୍ୟ କରିଚାଲିଥିବ ବୋଲି ସଭାପତି କହିଥିଲେ । ଏହି ସଭାରେ ହୀରାଖଣ୍ଡ ବିଦ୍ୟୁତ୍ ମହାସଂଘର ପୁରୁଖା ନେତା ସୁଶିଲ ସାହୁ,ବର୍ତ୍ତମାନର ଉପ ସାଧାରଣ ସମ୍ପାଦକ ଅlତିସ ପଣ୍ଡା, ଉପ ସଭାପତି ପୂର୍ଣେନ୍ଦୁ ସାହୁ, ଯୁଗ୍ମ ସମ୍ପାଦକ ପ୍ରତୁଲ କୁମାର ମାହାନା, ବରଗଡ଼ ଡିଭିଜନ ସମ୍ପାଦକ ମଣ୍ଟୁ ବେହେରା, ରାଜେନ୍ଦ୍ର ମହାପାତ୍ର, ଜିତେନ୍ଦ୍ର ଦାଶ, ବିଶ୍ଵନାଥ ସାହୁ, ସୁଶାନ୍ତ ଦୋରା, ଚନ୍ଦ୍ରକାନ୍ତ ପାଣ୍ଡେ, ଅଶୋକ ପ୍ରଧାନ, ସତ୍ୟଜିତ ପରିଡ଼ା, ନବ ଦାଶ, ଶଶାଙ୍କ ଶେଖର ନାଏକ, ଚନ୍ଦ୍ରକାନ୍ତ ସାହୁ, ଲଳିତ ପ୍ରଧାନ ପ୍ରମୁଖଙ୍କ ସହ ଅତାବିରା ଓ ଭେଡେନ ଉପଖଣ୍ଡର ପ୍ରାୟ ,୧୨୦ ଜଣ କର୍ମଚାରୀ ଯୋଗ ଦେଇଥିଲେ ।

kalyan agarbati

Comments are closed.