www.samajalive.in
Sunday, December 14, 2025
19.1 C
Bhubaneswar

କlଠଡେରା ରଥଯାତ୍ରା ମହୋତ୍ସବରେ ଆୟୋଜିତ ସେବା ଶିବିର ଉଦଯାପିତ

ରେଙ୍ଗାଲିକ୍ୟାମ୍ପ: ଗୁଣ୍ଡିଚା ଧାମ ରୂପେ ପରିଗଣିତ ହେଉଥିବା ଅତାବିରା ବ୍ଲକର କାଠଡେରାରେ ଦୀର୍ଘ ଦଶ ଦିନ ଧରି ଚାଲି ଚାଲିଥିଲା ରଥ ଯାତ୍ରା ମହୋତ୍ସବ ଓ ଲୋକ ମହୋତ୍ସବ। ଏହି ମହୋତ୍ସବର ଆଜି ଅନ୍ତିମ ଦିବସରେ ସେବା ଶିବିରଟି ଉଦଯାପିତ ହୋଇଯାଇଛି। ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ଅତାବିରା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ଅତାବିରା ବ୍ଲକ ସ୍କାଉଟ୍ ଗାଇଡ ତଥା ଜୁନିଅର ରେଡକ୍ରସ ପକ୍ଷରୁ ହୋଇଥିବା ଏହି ସେବା ଶିବିରର ଉଦଯାପନୀ ଅବସରରେ ଜିଲ୍ଲା ସ୍କାଉଟ୍ ଗାଇଡ ସମ୍ପାଦକ ଆଶୁତୋଷ ଦେ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ। ବରିଷ୍ଠ ସ୍କାଉଟ୍ ମାଷ୍ଟର ତଥା ତାଲିମଦାତା ଭୁବନେଶ୍ୱର ମହାକୁର, ଟୋପ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷ୍ୟୟିତ୍ରୀ ତଥା ଗାଇଡ କ୍ୟାପଟେନ ଅନୁସୂୟା ଦେବତା, ଜlଙ୍ଗେଡ୍ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ସୁବାସ ଗଡତିଆ, ହୀର୍ଲି ପାଲି ଉଚ୍ଚ ବିଦ୍ୟାଳୟର ସ୍କଉଟ୍ ମାଷ୍ଟର ପ୍ରତାପ ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ।

ଗତ ୪ ତାରିଖରୁ ୧୦ ତାରିଖ ଯାଏଁ ହୋଇଥିବା ଏହି ସେବା ଶିବିରକୁ ବହୁତ୍ ସୁନ୍ଦର୍ ଓ ଶୃଙ୍ଖଳିତ ଭାବରେ ପରିଚାଳନା କରି ଏହାକୁ ସଫଳ ରୂପାୟନ କରିଥିଲେ ଲାଚିଦା ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ରମେଶ ସେଠ୍। ଶ୍ରୀମତୀ ଦେବତା ସ୍କାଉଟ ଗାଇଡ ତଥା ଜୁନିଅର ରେଡକ୍ରସର ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ମହୋତ୍ସବ କମିଟି ତାଙ୍କୁ ସେଇ ସୁଯୋଗ ପ୍ରଦାନ କରୁଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଶିବିରରେ ଟୋପ ଉଚ୍ଚ ବିଦ୍ୟାଳୟ, ଲାଚିଦା ଉଚ୍ଚ ବିଦ୍ୟାଳୟ, ହିର୍ଲି ପାଲି ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଗାଇଡ ତଥା ଜୁନିଅର ରେଡକ୍ରସର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories