www.samajalive.in
Sunday, December 7, 2025
26.1 C
Bhubaneswar

ଅତାବିରାରେ ଜବାହର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା ଦେଲେ ୬୫୨ଛାତ୍ରଛାତ୍ରୀ

ରେଙ୍ଗାଲିକ୍ୟାମ୍ପ : ସି ବି ଏ ସି  ନବୋଦୟ  ଆୟୁକ୍ତ ଦିଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସାରା ଭାରତରେ ଗୋଟିଏ  ନିର୍ଦ୍ଧାରିତ ସମୟରେ ଜବାହର ନବୋଦୟ ବିଦ୍ୟାଳୟ ମନୋନୟନ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ସାରା ଭାରତରେ ୧୧୮୨ ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିବା ବେଳେ  ଅତାବିରା ବ୍ଲକରେ ୪ଟି କେନ୍ଦ୍ର ଯଥା ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ଦେବାହାଲ ରେ ୮୭ଜଣ,ଅତାବିରା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ୧୨୪ଜଣ, ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୨୬ଜଣ ଓ ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟରେ ୧୮୦ଜଣ ଏହିପରି ଚ।ରୋଟି କେନ୍ଦ୍ରରେ  ମୋଟ ୫୧୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଚାରିଟି କେନ୍ଦ୍ର ରେ ବିଭିନ୍ନ କାରଣରୁ ମୋଟ ୧୩୫ ଛାତ୍ର ଛାତ୍ରୀ ଅନୁପସ୍ଥିତ ରହିଛନ୍ତି।
ସର୍ବ ଭାରତୀୟ ସ୍ତରରେ ହେଉଥିବା ଏହି ପରୀକ୍ଷା ଟିକୁ ବିଭିନ୍ନ ରିଜିଓନାଲ ସ୍ତରରେ ବିଭକ୍ତ କରାଯାଇ ପ୍ରତି ରିଜିଓନାଲ ଅଧୀନରେ ୩ଟି ରାଜ୍ୟ କୁ ଅନ୍ତର୍ଭୁକ୍ତ କରାଯାଇଥାଏ। ଭୋପାଳ ରିଜିଓନାଲ୍ କାର୍ଯ୍ୟାଳୟ ଅଧୀନରେ ଆମ ଓଡ଼ିଶାରେ ଏହି ପରୀକ୍ଷାଟି ପରିଚାଳିତ ହେଉଅଛି । ଏହି ପରୀକ୍ଷାଟି ସକାଳ ୧୧ଟା ୧୫ ମିନିଟ ରୁ ଆରମ୍ଭ ହୋଇ  ଅପରାହ୍ନ ୧ଟା ୩୦ ମିନିଟ ରେ ସମ୍ପନ୍ନ ହୋଇଥିଲା। ଅତାବିରା ର ବାଳିକା ଉଚ୍ଚ ବିଦ୍ୟାଳୟରେ  ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା,ଗୋଡଭଗା ଜନତା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଦନ ସୁନା, ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟର ଭ।ରପ୍ର।ପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ପ୍ରଧାନ ଓ ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ହିମାଂଶୁ ଶେଖର ସାହୁ ସୁପରିଣ୍ଟେଡେଣ୍ଟ ଦାୟିତ୍ଵ ତୁଲାଇଥିଲେ।ସେହିପରି ପାଇକମାଲ ଜବାହର ନବୋଦୟ ବିଦ୍ୟାଳୟର ଖେଳ ଶିକ୍ଷକ ଜି ସି ବେହେରା,ଏଲ ଡି ସି ପ୍ରବୀଣ କୁମାର , ସହକାରୀ କଳା ଶିକ୍ଷକ ହିମାଂଶୁ ମହାପାତ୍ର  ଓ ଅତାବିରା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ  ଏହି ଚାରିଟି କେନ୍ଦ୍ର ର ପର୍ଯ୍ୟବେକ୍ଷକ ରହିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories