www.samajalive.in
Sunday, December 7, 2025
26.1 C
Bhubaneswar

ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପରୀକ୍ଷାଦେଲେ ୫୮୪ ପରୀକ୍ଷାର୍ଥୀ

ରେଙ୍ଗାଲିକ୍ୟାମ୍ପ : ଆଜି ଅତାବିରା ବ୍ଲକର ୧୮ ଟି ବିଦ୍ୟାଳୟରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପରୀକ୍ଷା (N A S) ଅନୁଷ୍ଠିତ ହୋଇଯାଇଛି।ଜାତୀୟ ଶିକ୍ଷା ,ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ର ନିର୍ଦ୍ଦେଶ କ୍ରମେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଲବ୍ଧ ଜ୍ଞାନର ଆକଳନ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ପରିଷଦ ର ଲକ୍ଷ୍ୟ ରହିଥିବା ଜଣାପଡିଛି। ବ୍ଲକର ତୃତୀୟ ,ପଞ୍ଚମ ,ଅଷ୍ଟମ ଓ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ଏହି ପରୀକ୍ଷା ଦେଉଛନ୍ତି। ବ୍ଲକ ର ପ୍ରାଥମିକ ବିଦ୍ୟାଳୟ ଗୁଡିକରୁ ୪୧ ଜଣ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ୧୮୩ ଜଣ ଏବଂ ହାଇ ସ୍କୁଲ ମାନଙ୍କ ରୁ ୩୬୦ ଜଣ ମୋଟ ୫୮୪ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଛନ୍ତି।ପ୍ରତି ପରୀକ୍ଷା କେନ୍ଦ୍ର ଗୁଡିକରେ ଜଣେ ଲେଖାଏଁ ପର୍ୟ୍ୟବେକ୍ଷକ ଓ ଜଣେ ଅନୁସନ୍ଧାନକାରୀ ଙ୍କୁ ନିଯୁକ୍ତି କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ସମସ୍ୟା ପ୍ରଶ୍ନୋତ୍ତର ଫର୍ମ ପୂରଣ କରିଥିଲେ। ଏହି ପରୀକ୍ଷା ରେ ଇଂରାଜୀ , ଗଣିତ,ବିଜ୍ଞାନ, ଓଡ଼ିଆ ଓ ସାମାଜିକ ବିଜ୍ଞାନ ଆଦି ୫, ଟି ବିଷୟରେ ମୋଟ ୭୦ ମାର୍କ ର ପରୀକ୍ଷା ହୋଇଥିଲା।ଏଥିପାଇଁ ୨ଘଣ୍ଟା ସମୟ ନିର୍ଦ୍ଧାରିତ କରାଯାଇଥିଲା। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରୂପ ରଞ୍ଜନ ବୁଡ଼େକ୍ ଓ ରଞ୍ଜିତା ସାହୁ ପର୍ୟ୍ୟବେକ୍ଷକ ଓ ନିରୀକ୍ଷକ ଭାବେ ଦାୟିତ୍ଵ ତୁଲାଇଥିଲେ।ବ୍ଲକ ର ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ କାର୍ତ୍ତିକ ବାଗ ସ୍ଵତନ୍ତ୍ର ଭାବେ ତଦାରଖ କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories