www.samajalive.in
Tuesday, December 9, 2025
15.1 C
Bhubaneswar

ବିଶ୍ଵ ବନ୍ଧୁତ୍ୱ ଦିବସରେ ପରିବେଶ ସହ ବନ୍ଧୁ ବାନ୍ଧିଲା ନେହେରୁ ଯୁବ କେନ୍ଦ୍ର

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ବାଟିମୁଣ୍ଡା ରେ ନେହେରୁ ଯୁବ କେନ୍ଦ୍ର ଓ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ନେହେରୁ ଯୁବକେନ୍ଦ୍ର ବରଗଡ଼ର ମିଳିତ ଆନୁକୁଲ୍ୟରେ ସ୍ବଚ୍ଛତା ପକ୍ଷ ପାଳନ କରି ବିଶ୍ଵ ବନ୍ଧୁତ୍ୱ ଦିବସରେ ପରିବେଶ ସହ ଏକ ସ୍ୱଚ୍ଛ ଓ ସୁସ୍ଥ ବନ୍ଧୁତ୍ୱ ସ୍ଥାପନ କରିଛନ୍ତି । ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି, ପରିବେଶ ହେଉଛି ଆମର ବନ୍ଧୁ। ଏହି ପରିବେଶରେ ଆମେ ହସି ଖେଳି ବଡ ହୋଇ ଭବିଷ୍ୟତରେ ଜଣେ ନାଗରିକ ବୋଲାଉ। ପରିବେଶ ଯେତେ ସ୍ୱଚ୍ଛ , ସୁନ୍ଦର ଓ ସୁସ୍ଥ ରହିବ ଆମେ ସେତିକି ସ୍ୱାସ୍ଥ୍ୟବାନ ହେବା। କୁହାଯାଏ ସ୍ବାସ୍ଥ୍ୟ ହିଁ ସମ୍ପଦ। ଆଜି ପରିବେଶର ଅବକ୍ଷୟ ଯୋଗୁଁ ବିଭିନ୍ନ ପ୍ରକାରର ରୋଗରେ ଆମେ ଆକ୍ରାନ୍ତ ହେଇଛେ। ଆମେ ଯେତେ କ୍ଷତି କଲେ ମଧ୍ୟ ଏଇ ପରିବେଶ ପୁଣି ଆମକୁ ଜଳ, ବାୟୁ ପରି ଅମୃତ ଜୀବନ ଆମକୁ ଦେଇଥାଏ ତେଣୁ ନିହାତି ଭାବରେ ଆମର ପ୍ରକୃତ ବନ୍ଧୁ। ତେଣୁ ଏହି ଯୁବକ ସଂଘର ଯୁବକ ମାନେ ସ୍ବଚ୍ଛତା ପକ୍ଷର ପ୍ରଥମ ଦିବସରେ ବାଟିମୁଣ୍ଡା ଗ୍ରାମର ସ୍କୁଲ୍,ରାସ୍ତା,ପୋଖରୀ ହୁଡ଼ା,ଅଙ୍ଗନୱାଡି କେନ୍ଦ୍ର ଆଦି ସଫା କରିଥିଲେ। ସଫେଇ ପରେ ପୁରାତନ ଶିକ୍ଷକ ଜୟଲାଲ ଭୋଇ ଙ୍କ ସଂଯୋଜନାରେ ଏକ ସାଧାରଣ ସଭା ହୋଇଥିଲା ।ଏଥିରେ ସମାଜ ସେବି ଅର୍ଜୁନ ଦାଶ,ଚତୁର୍ଭୁଜ ସାହୁ, ଯ୍ୟୋଟିକୁମାର ବେହେରା,ମୁନା ନାଏକ,ପଙ୍କଜ ମିର୍ଦ୍ଧା,ଯୁବ ସଂଘ ତରଫରୁ କୁଷ ଭୁଏ, ଆକାଶ ଭୁଏ,ଅଜିତ ଖଡିଆ,ତ୍ରିନାଥ କାଲୋ, ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ  ପରିବେଶ ଆମର ବନ୍ଧୁ ଓ ଏହାର ସ୍ବଚ୍ଛତା ରକ୍ଷା କରିବା ସହିତ ଯୁବ ସ୍ବଚ୍ଛତା ପରିବଦ୍ଧତ ପାଇଁ ଏକ ଶପଥ ପାଠ କରାଯାଇଥିଲା। ଯୁବ ସଂଘର ଜିତୁ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories