www.samajalive.in
Friday, December 5, 2025
20.1 C
Bhubaneswar

ଲଇଡାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା: ଶୀଘ୍ର ପ୍ରତିକାର କରିବାକୁ ଦାବି

ରେଙ୍ଗାଲି: ସରକାର ସ୍ୱଚ୍ଛ ଭାରତ ଅଭିଯାନରେ ଗାଁଠୁ ସହର ଯାଏ ପରିବେଶକୁ ସ୍ୱଚ୍ଛ ରଖିବାକୁ ଅନେକ ଯୋଜନାମାନ କରୁଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ମାତ୍ର ରେଙ୍ଗାଲି ବ୍ଲକରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଗାଁ ର ମୁଖ୍ୟ ରାସ୍ତା ର ଡ୍ରେନେଜ୍ ବ୍ୟବସ୍ଥାର ରେ ତ୍ରୁଟି ଯୋଗୁଁ ବାସଗୃହ ମାନଙ୍କ ରୁ ନିର୍ଗତ ଦୂଷିତ ବର୍ଜ୍ୟ ଜଳ ନିଷ୍କାସିତ ହୋଇ ମାଉସୀ ମା ମନ୍ଦିର ପାଖ ଛକ ଅନତି ଦୂର ଛକ ରେ ଦୂଷିତ ଜଳ ଜମା ହୋଇ ରହୁଛି। ଦୂଷିତ ବର୍ଜ୍ୟଜଳ ଜମା ହୋଇ ରହିବା ଫଳ ରେ ରୋଗ ବାହକ ମଶା ମାଛି ମାନଙ୍କ ବଂଶବୃଦ୍ଧି ରେ ଅନୁକୂଳ ତଥା ସହାୟକ ହେବା ସହିତ ଏଥିଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଅସରାଏ ବର୍ଷା ହେଲେ ଛକ ରେ ଆଣ୍ଠୁଏ ପାଣି ଜମା ହୋଇ ଗମନାଗମନ ରେ ସମସ୍ୟା ଦେଖାଦେଉଛି। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ରହିଥିଲେ ମଧ୍ୟ ଏହାର ପ୍ରତିକାର କରାଯାଉ ନଥିବାରୁ ସଚେତନ ନାଗରିକ ମହଲ ରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନିୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଧାୟକ ଙ୍କୁ ଏହି ସମସ୍ୟା ର ପ୍ରତିକାର ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଜନସାଧାରଣ ରେ କ୍ଷୋଭ ପ୍ରକାଶ ପାଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଶୀଘ୍ର ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି।

 

- Advertisement -

 

 

 

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories