www.samajalive.in
Friday, December 5, 2025
26.1 C
Bhubaneswar

ବିଦ୍ୟାଳୟରେ ଶିକ୍ଷକ ଅଭାବ, ୨ ବିଜ୍ଞାନ ଶିକ୍ଷକ ପଢ଼ାଉଛନ୍ତି ସବୁ ବିଷୟ

ପାଟଣା: ଚିନାମାଳିପଶି ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟଟି ୫-ଟିରେ ସାମିଲ ହେବାପରେ ଏହାର ଭେକ ବଦଳିଛି ସତ କିନ୍ତୁ ଶିକ୍ଷକ ଅଭାବ ସମସ୍ୟା ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଚିନ୍ତାରେ ପକାଇଛି। ୨୦୧୭ ଓ ୨୦୧୮ ରେ ୨ ଜଣ କଳା ଶିକ୍ଷକଙ୍କ ଅବସର ନେଇଥିଲେ। ଗତବର୍ଷ ସଂସ୍କୃତ ଶିକ୍ଷକଙ୍କ ଅକାଳ ବିୟୋଗ ଏବଂ ୨୦୨୩ ଜୁନରେ ଜଣେ ଶିକ୍ଷକଙ୍କ ଅବସର ଗ୍ରହଣ ପରେ ମାତ୍ର ୨ ଜଣ ବିଜ୍ଞାନ ଶିକ୍ଷକ ଓ ଜଣେ କ୍ରୀଡା ଶିକ୍ଷକଙ୍କୁ ନେଇ ବିଦ୍ୟାଳୟରେ ଶିକ୍ଷାଦାନ କରାଯାଉଛି। ୨ ଶିକ୍ଷକଙ୍କ ମଧ୍ୟରୁ ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇବା ସହ ଉଭୟ ମିଶି ଛାତ୍ରଛାତ୍ରୀଙ୍କୁ ସବୁ ବିଷୟ ପଢାଇବାକୁ ବାଧ୍ୟ ହୋଇଛନ୍ତି । ବିଦ୍ୟାଳୟରେ ଆଇସିଟି ଲ୍ୟାବ ଥିଲେ ମଧ୍ୟ କମ୍ପ୍ୟୁଟର ଶିକ୍ଷକ ନାହାନ୍ତି। ଏଠାରେ କଳା ଶିକ୍ଷକ ,ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ,କିରାଣୀ ପଦବୀ ଓ ଗୋଟିଏ ପିଅନ ପଦବୀ ଫାଙ୍କା ପଡିଥିବାବେଳେ ପଦବୀ ପୂରଣ କରାଯାଉନାହିଁ। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯିବା ସହ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ଦିଆଯାଇଛି। ଅନ୍ତତଃ ଆଉ ୨ ଜଣ କଳା ଶିକ୍ଷକ ଓ ଜଣେ ହିନ୍ଦୀ ଶିକ୍ଷକଙ୍କୁ ଡେପୁଟେସନରେ ପଠାଇବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ ।

ବିଦ୍ୟାଳୟରେ ଏବେ ଦଶମ ଶ୍ରେଣୀରେ ୪୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ଏ ପର୍ୟ୍ୟନ୍ତ ୪୫ ଜଣ ଛାତ୍ରଛାତ୍ରୀ ନବମ ଶ୍ରେଣୀରେ ନାମ ଲେଖାଇ ସାରିଲେଣି ଓ ଏହି ସଂଖ୍ୟା ଆହୁରି ବଢିବ ବୋଲି ଜଣାପଡିଛି। ଆଦିବାସୀ ଅଧ୍ୟୁଷିତ ଚିନାମାଳିପଶି ଓ ଆଖ ପାଖ ଗ୍ରାମବାସୀଙ୍କ ପାଇଁ ଆଲୋକ ବର୍ତ୍ତିକା ପାଲଟି ଥିବା ଏହି ବିଦ୍ୟାଳୟର ଛାତ୍ରୀ ମାନେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଓ ଖେଳ କୁଦରେ ପାରଦର୍ଶିତା ପ୍ରଦର୍ଶନ କରି ସୁନାମ ବୃଦ୍ଧି କରିଥିବାବେଳେ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ଓ କିରାଣୀ ପଦବୀ ପୂରଣ କରାଯିବାକୁ ଦାବି ହୋଇଛି।

- Advertisement -

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories