www.samajalive.in
Sunday, November 16, 2025
15.1 C
Bhubaneswar

ରାସ୍ତାକଡରେ ବେଆଇନ୍ ପାର୍କିଂ ନେଲା ଜୀବନ: ଟ୍ରକ୍ ଧକ୍କାରେ ବାଇକ ଆରୋହୀ ମୃତ

ରେଙ୍ଗାଲି :  ସମ୍ବଲପୁର ରୁ ରାଉରକେଲା କୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟରଜପଥର ଲପଙ୍ଗା ସାତ ଗଛିଆ ପାଖରେ ଏକ ସଡକ ଦୁର୍ଘଟଣାରେ ଉଦିତ ପ୍ରଧାନ (୧୯) ନାମକ ଜନୈକ ଯୁବକଙ୍କ  ଶୋଚନୀୟ ମୃତ୍ୟୁ ହୋଇଥିବାର ଜଣା ପଡିଛି। ଏନ୍ ଏଲ୍ ସି କୋଇଲା ଖଣି କୁ ଆସୁଥିବା ପରିବହନ ଟ୍ରକ୍ ଗୁଡିକ ଏଠାକାର ରାସ୍ତା କଡରେ ବେଆଇନ୍ ପାର୍କିଂ କରି ଲମ୍ବା ଧାଡି ଲଗାଇ ଛିଡା ହୋଇ ରହୁଥିବାରୁ ଏଭଳି ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିବାର ଅଭିଯୋଗ ହେଉଛି। ମୃତ ଉଦିତ୍ ବ୍ରଜରାଜନଗର ନିକଟସ୍ଥ ବାରଖଣ୍ଡିଆ ଗ୍ରାମ ର ଅଧିବାସୀ ବୋଲି ଠେଲକୋଲୋଇ ପୁଲିସ ସୁତ୍ର ରୁ ପ୍ରକାଶ। ଉଦିତ୍ ତାଙ୍କର ବାଇକ୍ ରେ ସମ୍ବଲପୁର ପଟରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ତାଙ୍କୁ  କୋଇଲା ପରିବହନକାରୀ ଟ୍ରକ୍ ଧକ୍କା ଦେଇଥିଲା ।
ଫଳରେ ସେ ଘଟଣା ସ୍ଥଳରେ ଶୋଚନୀୟ ଭାବରେ ମୃତ୍ୟୁବରଣ କରିଥିଲେ। ଠେଲକୋଲୋଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରି ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଧରି ଚାଳକ ଘଟଣା ସ୍ଥଳ ରୁ ଫେରାର୍ ହୋଇଯାଇଛି। ଏହି ରାସ୍ତାର ଲପଙ୍ଗା ସାତ ଗଛିଆ ରୁ ଖିଣ୍ଡା ତଥା ଧୁବେନଛାପଲ ଛକ ପର୍ୟ୍ୟନ୍ତ ଦିନରାତି ରାସ୍ତା କଡରେ କୋଇଲା ପରିବହନ ପାଇଁ ଆସୁଥିବା ଟ୍ରକ୍ ପାର୍କିଂ ଜୋନ୍ ଭଲି ଲମ୍ବା ଧାଡିରେ ଛିଡା ହୋଇରହୁଛି। ସ୍ଥାନିୟ ସରପଞ୍ଚ, ସମିତି ସଭ୍ୟ ତଥା ବିଭିନ୍ନ ସଙ୍ଗଠନ ଏହାର ପ୍ରତିବାଦ କରି ରାସ୍ତାକଡ ବେଆଇନ ପାର୍କିଂ ବନ୍ଦ କରିବାକୁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିବା ସହିତ ଆନ୍ଦୋଳନର ଚେତାବନୀ ଦେବା ସତ୍ବେ ସମସ୍ୟାର ସମାଧାନ ହେଉନାହିଁ। ଖଣି କର୍ତ୍ତୃପକ୍ଷ ନିଜସ୍ବ ପାର୍କିଂ ଜୋନ୍ ବ୍ୟବସ୍ଥା ନକରି ସର୍ବସାଧାରଣ ପାଇଁ ଉଦ୍ଦିଷ୍ଟ ରାଜରାସ୍ତା କୁ ପାର୍କିଂ ଜୋନ୍ ରୂପେ ବ୍ୟବହାର କରିବା ଫଳରେ ଏ ଅଞ୍ଚଳ ଏକ୍ସିଡେଣ୍ଟ୍ ଜୋନ୍ ରେ ପରିଣତ ହୋଇଛି ବୋଲି ଅଭିଯୋଗ ହୋଇଛି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories