(୧) ଦେଶ ପାଇବ ୫୦ ତମ ପ୍ରଧାନ ବିଚାରପତି… ଜଷ୍ଟିସ୍ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି… ଚନ୍ଦ୍ରଚୂଡ଼ଙ୍କ ନାଁ ପ୍ରସ୍ତାବ ଦେଲେ ସିଜେଆଇ ୟୁୟୁ ଲଲିତ୍… ନିଜ ଉତ୍ତରାଧିକାରୀ ଭାବେ ଦେଲେ ପ୍ରସ୍ତାବ… ନଭେମ୍ବର ୮ରେ ଅବସର ନେବେ ସିଜେଆଇ ୟୁୟୁ ଲଲିତ୍…
(୨) ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗ… ଘଟଣାକୁ ନେଇ ସରକାରଙ୍କୁ ଘେରିଲା ବିଜେପି… ସମ୍ବାଦିକ ସମ୍ମିଳନୀରେ ଶାସକ ଦଳକୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୃତି ପଟ୍ଟନାୟକଙ୍କ ଟାର୍ଗେଟ୍… କହିଲେ, ମାମଲାର ହେଉ ସିବିଆଇ ତଦନ୍ତ… ଘଟଣାରେ ରହିଛନ୍ତି ବଡ଼ବଡ଼ ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତି…
(୩) ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା… ଚିକିତ୍ସା ଅବହେଳାରୁ ୨ ବର୍ଷର ଶିଶୁ ପୂତ୍ରର ମୃତ୍ୟୁ ଅଭିଯୋଗ… ଜ୍ୱରରେ ଆକ୍ରାନ୍ତ ହୋଇ ହୋଇଥିଲେ ମେଡିକାଲରେ ଭର୍ତ୍ତି… ଡାକ୍ତର ନଥିବାରୁ ନର୍ସ ଚିକିତ୍ସା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ…
ଓଡ଼ିଶା ମୁହାଁ ବାତ୍ୟା; ଦେଖନ୍ତୁ ଭିଡିଓ
(୪)ମନମୁଣ୍ଡା ଥାନା ସିଲେଇପଡ଼ା ଗାଁରେ ପୁଲିସର ଚଢ଼ାଉ… ଠାବ ହେଲା ଦେଶୀ ବନ୍ଧୁକ କାରଖାନା… ଘଟଣାରେ ଜଣେ ଅଭିଯୁକ୍ତ ଗିରଫ… ୨ଟି ପିସ୍ତଲ, ୪ଟି ଦେଶୀ ବନ୍ଧୁକ ସହ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଜବତ କଲା ମନମୁଣ୍ଡା ପୁଲିସ…
(୫) ସରଗରମ ଧାମନଗର ରାଜନୀତି… ଉପନିର୍ବାଚନ ପାଇଁ ଚାଲିଲାଣି କସରତ… ବିଜେପିର ପ୍ରାର୍ଥୀ ଘୋଷଣା ପରେ ପ୍ରାର୍ଥୀ ଦେବାକୁ କସରତ କରୁଛନ୍ତି ବିଜେଡି ଓ କଂଗ୍ରେସ… ସୂର୍ଯ୍ୟବଂଶୀ ସୁରଜଙ୍କୁ ଟକ୍କର ଦେବାକୁ ବିଜେଡି ଖେଳିପାରେ ନୂଆ କାର୍ଡ… କଂଗ୍ରେସ ଖୋଜୁଛି ଲଢ଼ୁଆ ପ୍ରାର୍ଥୀ…
(୬) କମ୍ପିବ କଳିଙ୍ଗ ଷ୍ଟାଡିୟମ… ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ… ଆଜିଠୁ ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍… ଉଦ୍ଘାଟନୀ ମ୍ୟାଚ୍ରେ ମରୋକୋ-ବ୍ରାଜିଲ୍ ମୁକାବିଲା… ସଂଧ୍ୟାରେ ଭାରତକୁ ଭେଟିବ ଆମେରିକା…
କ୍ୟାନ୍ସର ଭଲ କରୁଛି ଜଡ଼ିବୁଟି; ଦେଖନ୍ତୁ ଭିଡିଓ
(୭) ତୀବ୍ର ହେଲାଣି ରୁଷ-ୟୁକ୍ରେନ୍ ଯୁଦ୍ଧ… ୟୁକ୍ରେନ୍ ବିରୋଧରେ ଜୋରଦାର ଆକ୍ରମଣ କଲା ରୁଷ… ରୁଷର ମିଜାଇଲ୍ ମାଡ଼ରେ ୟୁକ୍ରେନର ୧୧ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ… ଅନେକ ଲୋକ ଆହତ ହୋଇଥିବା ସୂଚନା… ୟୁକ୍ରେନରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ… ଅନ୍ଧାରରେ ଅଧିକାଂଶ ଅଞ୍ଚଳ…
(୮) ଆଜି ବିଗ୍ ବିଙ୍କ ଜନ୍ମଦିନ… ୮୦ ବର୍ଷରେ ପାଦ ଥାପିଲେ ସିନେଜଗତର ଶେହନଶାହ… ଅମିତାଭଙ୍କୁ ଅଭିନନ୍ଦନ ଜଣାଇବାକୁ ଘର ଆଗରେ ପ୍ରଶଂସକଙ୍କ ଗହଳି… ସୋସିଆଲ ମିଡିଆରେ ଛୁଟୁଛି ଶୁଭେଚ୍ଛାର ସୁଅ… ୧୯୪୨ ଅକ୍ଟୋବର ୧୧ରେ ଜନ୍ମ ହୋଇଥିଲେ ବିଗ୍ ବି ଅଭିତାଭ ବଚ୍ଚନ..



