www.samajalive.in
Sunday, December 14, 2025
26.1 C
Bhubaneswar

ପଧାନପାଲି ପ୍ରକାଶ ପ୍ରଧାନ ହତ୍ୟାକାଣ୍ଡ: ସ୍ୱାସ୍ଥ୍ୟ ଉପ-କେନ୍ଦ୍ର ଗୃହ ନିର୍ମାଣକୁ ନେଇ ବିବାଦରୁ ହତ୍ୟା, ଶୋକାକୂଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ପାଖ ପଧାନପାଲି ଗ୍ରାମରେ ୧୬ ତାରିଖ ଗୁରୁବାର ରାତି ପ୍ରାୟ ୮ଟା ସମୟରେ ପଧାନପାଲି ଗ୍ରାମର ପ୍ରକାଶ ପ୍ରଧାନ ଏବଂ ଧନଞ୍ଜୟ ବେହେରାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣରେ ପ୍ରକାଶ ପ୍ରଧାନର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଧନଞ୍ଜୟ ବେହେରା ଗୁରୁତର ଆହତ ହୋଇ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି। କତରବଗା ଆଇଆଇସି ପ୍ରତାପ କୁମାର ରଣା ଘଟଣାର ତଦନ୍ତ କରୁଥିବା ବେଳେ ଏସ୍‍.ଡି.ପି.ଓ ପ୍ରଦୀପ କୁମାର ସାହୁ ସାଇନଟିଫିକ୍‍ ଟିମ୍‍ ସହ ଆଜି ପଧାନପାଲି ଗ୍ରାମକୁ ଆସି ଘଟଣା ସ୍ଥଳ ପରିଦର୍ଶନ କରି ମାମଲାର ସମୀକ୍ଷା କରିଛନ୍ତି। ସାଇନ୍‍ଟିଫିକ୍‍ ଟିମ୍‍ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରୁ ରକ୍ତଭିଜା ମାଟି ଏବଂ ଅନ୍ୟାନ୍ୟ ସାମଗ୍ରୀର ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ନେଇଥିବାର ପ୍ରକାଶ।

ମୃତ ପ୍ରକାଶ ପଧାନଙ୍କ ଭାଇ ପ୍ରଶାନ୍ତ ପ୍ରଧାନ କତରବଗା ଥାନାରେ ଦେଇଥିବା ଏତଲା ଅଧାର ରେ କେସ୍‍ ନଂ ୧୬୫ ଜରିଆରେ ହତ୍ୟା ଏବଂ ଡକାୟତି ଦଫା ୧୪୭/୧୪୮/୩୦୭/୩୦୨/୧୪୯ ଆଇପିସିରେ ମାମଲା ଋଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ରଣା କହିଛନ୍ତି। ମୃତ ପ୍ରକାଶଙ୍କ ବଡଭାଇ ପ୍ରଶାନ୍ତ ଦେଇଥିବା ଏତଲାରେ ଗୁରୁବାର ଦିନ ରାତି ପ୍ରାୟ ୮ଟା ସମୟରେ ପଧାନପାଲି ଗ୍ରାମ ଦେଇ ଯାଇଥିବା ପୂର୍ତ୍ତବିଭାଗ ରାସ୍ତା ଉପରେ ଭୋଜରାଜ ପଧାନ, ଋକ୍ମଣ ପଧାନ, ଗଜରାଜ ପଧାନ, ଅଶୋକ ପଧାନ, ଭୀଷ୍ମଦେବ ପଧାନ ଓ ଦୁଷ୍ମନ୍ତ ଭୋଇ ପ୍ରମୁଖ ୬ ଜଣ ମିଳିତ ଭାବରେ ପ୍ରକାଶ ପ୍ରଧାନଙ୍କୁ ଟାଙ୍ଗିଆ ଓ ଭୁଜାଲିରେ ଆକ୍ରମଣ କରି ନିର୍ମମ ଭାବରେ ହତ୍ୟା କରିଛନ୍ତି ବୋଲି ଥାନାରେ ଲିଖିତ ଅଭିଯୋଗ କରି ଏହି ଘଟଣା ଟି ଭୋଜରାଜ ପଧାନଙ୍କ ନିର୍ଦ୍ଦେଶରେ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ପୁରୁଣା ଗୁରୁବାର ବଜାର ସ୍ଥିତ ସରକାରୀ ଜମିରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୃହ ନିର୍ମାଣକୁ କେନ୍ଦ୍ର କରି ପ୍ରକାଶ ପ୍ରଧାନଙ୍କ ସହିତ ହତ୍ୟାକାଣ୍ଡ ଭିଆଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାଡିଛି ବୋଲି ଆଇଆଇସି ଶ୍ରୀ ରଣା କହିଛନ୍ତି।

- Advertisement -

ଆଇଆଇସି ଶ୍ରୀରଣା ଏହି ଘଟଣାର ତନଘନା କରି ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଖୁବ୍‍ ଶୀଘ୍ର ଧରାଯିବ ବୋଲି ଶ୍ରୀ ରଣା କହିଛନ୍ତି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଧନଞ୍ଜୟ ବେହେରାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍‍ ଅଛି ବୋଲି ପୁଳିସ ସୁତ୍ରରୁ ଜଣାପଡିଛି। ଭୋଜରାଜ ପଧାନ, ଗଜରାଜ ପଧାନ ପ୍ରମୁଖଙ୍କ ସହିତ ମୃତ ପ୍ରଶାନ୍ତର କାକା ପୁତୁରା ସମ୍ପର୍କ। ପୂର୍ବରୁ ଉଭୟ ପରିବାର ମଧ୍ୟରେ ଜମିବାଡି ସଂକ୍ରାନ୍ତରେ ବିବାଦ ହୋଇ ମାମଲା ଅଦାଳତ ପର୍ଯ୍ୟନ୍ତ ପହଞ୍ଚିଥିଲା ବୋଲି ଜଣାପଡିଛି।

ଅପରପକ୍ଷରେ ବ୍ୟବଚ୍ଛେଦ ପରେ ଆଜି ଅପରାହ୍ନରେ ପ୍ରକାଶ ପ୍ରଧାନଙ୍କ ମୃତ ଦେହ ପଧାନପାଲି ଗ୍ରାମ ସ୍ଥିତ ତାଙ୍କ ବାସଭବନକୁ ଅଣାଯିବା ପରେ ଶୋକାକୁଳ ପରିବେଶରେ ଗ୍ରାମ୍ୟ ଶ୍ମଶାନରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବାର ଜଣାପଡିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories