www.samajalive.in
Saturday, December 6, 2025
17.1 C
Bhubaneswar

ରେଙ୍ଗାଲିକେମ୍ପ ଟାଟା ପାୱାର ପଶ୍ଚିମ ଓଡ଼ିଶା ବଣ୍ଟନ ବିଭାଗରେ ବିଶ୍ଵକର୍ମା ପୂଜା

ରେଙ୍ଗାଲିକେମ୍ପ :  ଅତାବିରା ଏନ୍ଏସି ସ୍ଥିତ ରେଙ୍ଗାଲିକେମ୍ପରେ ଥିବା ସେକ୍ସନ-୩ ଟାଟା ପାୱାରର ପଶ୍ଚିମ ଓଡ଼ିଶା ବଣ୍ଟନ ବିଭାଗ ଲିମିଟେଡରେ ଆଜି କରୋନା କଟକଣା ନିୟମ ପାଳନ ପୂର୍ବକ ରୀତି ନୀତି ଅନୁସାରେ ଷୋଡ଼ଶ ତମ ବିଶ୍ଵକର୍ମା ପୂଜା ପାଳିତ ହୋଇଯାଇଛି। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି କନ୍ୟା ସଂକ୍ରାନ୍ତିର ପବିତ୍ର ମହାର୍ଘ ବେଲାରେ ଏହି ପୂଜାର ପୂର୍ଣ୍ଣକଳସ ସକାଳ ୧୦ଘଣ୍ଟା ୪୫ ମିନିଟର ନିର୍ଘଣ୍ଟ ଲଗ୍ନରେ ନିକଟସ୍ଥ କେନାଲରୁ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନା କରାଯାଇଥିଲା। ଏହାପରେ ପଣ୍ଡିତ ବାବୁଲାଲ ପାଣ୍ଡିଆଙ୍କ ପାଣ୍ଡିତ୍ୟ କ୍ରମେ ପୂଜାକାର୍ୟ୍ୟ ଆରମ୍ଭ ହୋଇଥିଲା। ଡି ଗଙ୍ଗାଧର ରାଓ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ଅପରାହ୍ନ ୨ଘଟିକାରେ ପୁଷ୍ପାଞ୍ଜଳି ସହ ପୂର୍ଣ୍ଣାହୁତି ଦିଆଯାଇଥିଲା। ଏହି ପୂଜା କମିଟିର ସଭାପତି ଜେ.ଇ ଅଜୟ ମହାପାତ୍ର, ସମ୍ପାଦକ ମାନସ ସାହୁ, କୋଷାଧ୍ୟକ୍ଷ ସନ୍ତୋଷ ମହାନ୍ତି, ଯୁଗ୍ମ ସମ୍ପାଦକ ଅଶ୍ଵିନୀ ନାଏକ ପୂଜା ଦାୟିତ୍ଵ ତୁଲାଇଥିବା ବେଳେ ମନୋରଞ୍ଜନ ତାଣ୍ଡି, ଟିକିନାଥ ବାଦି, ନରୋତ୍ତମ ମାହାର, ପ୍ରକାଶ ଚନ୍ଦ୍ର ପ୍ରଧାନ, ଅଶୋକ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories