www.samajalive.in
Saturday, December 13, 2025
27.1 C
Bhubaneswar

ଆଦିତ୍ୟ ଆଲୁମିନାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲୋକାର୍ପିତ

ରେଙ୍ଗାଲି: ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନା ପ୍ରକଳ୍ପର ପାରିପାର୍ଶ୍ବିକ ଉନ୍ନୟନ ବିଭାଗ ଦ୍ୱାରା ଜଙ୍ଗଳା ପଞ୍ଚାୟତର ଲୁଧାପାଲି ଆର୍‍,ଏଣ୍ଡ୍‍ .ଆର୍‍ କଲୋନୀ ଏବଂ କତରବଗାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପଗୁଡିକର ଆଜି ଆନୁଷ୍ଠାନିକ ଭାରେ ଲୋକାର୍ପିତ ହୋଇଛି। ବିଗତ ଦିନରେ ଆରମ୍ଭ ହୋଇଥିବା ଉନ୍ନୟନ କାମ ପୂର୍ତ୍ତ ବିଭାଗ ରାସ୍ତାରୁ କଲୋନୀର ସମସ୍ତ ରାସ୍ତା କଂକ୍ରିଟ୍‍ କରଣ, ସ୍ଥାୟୀ ସିଲେଇ କେନ୍ଦ୍ର ଗୃହ ଏବଂ କତରବଗାରେ ନିର୍ମିର୍ତ ଶିବ ମନ୍ଦିର ଆଦି ପ୍ରକଳ୍ପର ଆଜି ଉଦଘାଟନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଂପୃକ୍ତ ଅଞ୍ଚଳର ବହୁ ସଂଖ୍ୟକ ଜନସାଧାରଣ ଯୋଗ ଦେଇଥିଲେ। ମାନବ ସମ୍ବଳ ବିଭାଗ ମୁଖ୍ୟ ଡ. ବିବେକାନନ୍ଦ ମିଶ୍ର,ପାରିପାର୍ଶ୍ବିକ ଉନ୍ନୟନ ବିଭାଗ ମୁଖ୍ୟ ଶ୍ୱେତା ଉପାଧ୍ୟାୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନବନର୍ମିତ ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରି ସମସ୍ତ ପ୍ରକଳ୍ପର ଉଦ୍‍ଘାଟନ କରିଥିଲେ। ପାରିପାର୍ଶ୍ବିକ ଉନ୍ନୟନ ବିଭାଗର ସହ-ପ୍ରବନ୍ଧକ ମନୋରଞ୍ଜନ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories