www.samajalive.in
Thursday, December 11, 2025
18.1 C
Bhubaneswar

କତରବଗାରେ ସ୍ୱଚ୍ଛତା ପକ୍ଷରେ ଗଣ ସଫେଇ କାର୍ଯ୍ୟକ୍ରମ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍‍ କତରବଗା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ତଥା ଏହାର ଚତୁଃପାର୍ଶ୍ବ ଅଞ୍ଚଳରେ ଆଜି ରେଙ୍ଗାଲିର ସ୍ୱାଧିନ ଏକତା ସଙ୍ଗଠନ ଏବଂ ସମ୍ବଲପୁରର ନେହେରୁ ଯୁବକେନ୍ଦ୍ରର ମିଳିତ ଆନୂକୂଲ୍ୟରେ ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ଗଣ ସଫେଇ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱାଧିନ ଏକତା ସଙ୍ଗଠନର ସମ୍ପାଦକ ସରୋଜ ବିଶୋଇ, ସେନା ବାହିନୀର ସେବା ନିବୃତ୍ତ ଜବାନ ଅଶୋକ କୁମରା ସାହୁ, ଉତ୍ତମ ବିଶ୍ୱାଲ, ଅଜୟ ସାହୁ, ନିମିତା ମହାନନ୍ଦ ଶାଶ୍ୱତ ପ୍ରମୁଖଙ୍କ ନେତୃତ୍ୱରେ ଗ୍ରାମର ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ।

କତରବଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡିନେଶ ମେହେର ଏବଂ ଡା.ଶୁଭଦ୍ରା ଦାଶ ଅତିଥି ରୂପେ ଯୋଗ ସମବେତ ସ୍ୱେଚ୍ଛାସେବୀ ଏବଂ ଜନସାଧାରଣଙ୍କୁ ଉଦ୍‍ବୋଧନ ଦେଇ ନିଜ ନିଜର ପରିବେଶକୁ କିପରି ସ୍ୱଚ୍ଛ ରଖି ଏକ ସୁସ୍ଥ ଏବଂ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରାଯାଇ ପାରିବ ସେ ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ଦୀପାଞ୍ଜଳି ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories