ନବରଙ୍ଗପୁର: ଦିନକୁ ଦିନ ରାଜ୍ୟରେ ଅନୁସୂଚୀତ ଜାତି ( (ଏସ୍ସି)ଲୋକଙ୍କର ଉପରେ ଶାସକ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ଅତ୍ୟାଚାର ବୃଦ୍ଧି ପାଉଥିବା ବେଳେ ଏହାର ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାର ପ୍ରତିବାଦ କରି ଜିଲା ଭାରତୀୟ ଜନତାପାର୍ଟି ପକ୍ଷରୁ ରାଜ୍ୟପାଳଙ୍କର ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ଜିଲା ଆଳି ନିର୍ବାଚନ ମଣ୍ଡଳୀର ବାଳକାଟିର ହରିଶ୍ଚନ୍ଦ୍ର ମଲ୍ଲିକଙ୍କର ପରିବାରକୁ ସ୍ଥାନୀୟ ବିଧାୟକଙ୍କର ନିର୍ଦ୍ଦେଶରେ ବିଜେଡିର ସରପଞ୍ଚ ଓ ତାଙ୍କର ପୁଅ ମରଣାନ୍ତ୍ରକ ଆକ୍ରମଣ କରିଥିବାବେଳେ ଏସଂପର୍କରେ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଇ ନାହିଁ। ସେହିପରି ଜଗତସିଂହପୁର ଜିଲା ନାଉଗାଁ ବ୍ଳକ ଅନ୍ତର୍ଗତ ବଂଶ, ଘୋଷାଡ ଓ ନାଉଗାଁ ପଞ୍ଚାୟତରେ ଦଳିତ ମହିଳା ମନରେଗା କାମ କରିଥିବା ବେଳେ ମଜୁରୀ ପ୍ରଦାନକୁ ନେଇ ସେମାନେ ବ୍ଳକ ଆଗରେ ଧାରଣା ଦେଇଥିବା ବେଳେ ସ୍ଥାନୀୟ ବିଜେଡି ସରପଞ୍ଚ ଓ ତାଙ୍କର ସମର୍ଥକମାନେ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀଙ୍କର ନିର୍ଦ୍ଦେଶରେ ରାତିଅଧିଆ ମହିଳାଙ୍କର ଉପରେ ଆକ୍ରମଣ କରିଥିଲେ। ଏହାର ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।
ରାଜ୍ୟରେ ଅନୁସୂଚୀତ ଜାତି ଓ ଜନଜାତି ଅର୍ଥନିଗମ ଗତ ୧୦ ବର୍ଷ ହେଲା ବନ୍ଦ ହୋଇଥିବା ବେଳେ ଏହି ଜାତିର ଲୋକ ଶିଳ୍ପଦ୍ୟୋଗୀ ଶୁନ୍ୟ ହୋଇ ଯାଇଛନ୍ତି। ଏହି ଜାତିର ଲୋକମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ କରାଯାଉଛି। ରାଜ୍ୟରେ ଦୁର୍ନୀତି ବଢୁଥିବା ବେଳେ ରାଜ୍ୟଦୁର୍ନୀତି ବିଭାଗ ନିରବ ରହିଥିବା ବେଳେ ରାଜ୍ୟ ଭିଜିଲାନ୍ସ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ ମଧ୍ୟ ଥରୁଟିଏ କମିଟିର ବୈଠକ ବସି ନାହିଁ। ତେଣୁ ରାଜ୍ୟବାସୀ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଉଳ୍ଲେଖ କରାଯାଇଛି। ଏହି ସ୍ମାରକପତ୍ର ପ୍ରଦାନ ବେଳେ ବିଜେପିର ରାଜ୍ୟ ଅନୁସୂଚୀତ ଜନଜାତି ମୋର୍ଚ୍ଚା ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ଏସିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସଞିବ କୁମାର , ଜିଲା ଏସସି ମୋର୍ଚ୍ଚା ସଭାପତି ପରିମଳ ମଣ୍ଡଳ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅରଉର ପୂଜାରୀ, ଜିଲା ପଛୁଆବର୍ଗ ସାପତି ଦୈତାରୀ ମାଜୀ, ରାଜ୍ୟ ଏସସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଆଶୁତୋଷ ମଣ୍ଡଳଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ପ୍ରମୂଖ ଉପସ୍ଥିତ ଥିଲେ।



