www.samajalive.in
Monday, December 8, 2025
27.1 C
Bhubaneswar

ବାଛୁରୀର ମଳ ଓ ପରିସ୍ରା ଦ୍ଵାର ନାହିଁ, ହାତ ଟେକି ଦେଲା ପ୍ରାଣୀ ଚିକିତ୍ସା ବିଭାଗ

ପାଟଣା: ଜନ୍ମରୁ ବାଛୁରୀ ଛୁଆଟିର ମଳ ଓ ପରିସ୍ରାଦ୍ଵାର ନାହିଁ। ଯାହା ଫଳରେ ଏହି ମାଇ ବାଛୁରୀ ଛୁଆଟି ଝାଡ଼ା ପରିସ୍ରା କରିନପାରି ଯନ୍ତ୍ରଣା ପାଉଛି। ଏଥିପାଇଁ ଗାଈ ମାଲିକ ପାଟଣା ଓ ସାହାରପଡ଼ା ପ୍ରାଣୀ ଚିକିତ୍ସାଳୟକୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ବାଛୁରୀର ମଳଦ୍ୱାର ଅସ୍ତ୍ରୋପଚାର କରିପାରିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଥିଲେ। ଏନେଇ ଏହି ପ୍ରତିନିଧି ପାଟଣା ପ୍ରାଣୀ ଚିକିତ୍ସକଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ କଲ୍ ଗ୍ରହଣ କରିନଥିବାରୁ ପ୍ରାଣୀ ଚିକିତ୍ସା ବିଭାଗର ଅସହାୟତା ର କାରଣ ଜଣାପଡ଼ିନାହିଁ।
ଖବର ଅନୁଯାୟୀ ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଗାଲଫୁଲା ଗ୍ରାମର ଇନ୍ଦ୍ରମଣୀ ନାଏକଙ୍କର ଗୋଟିଏ ଦେଶୀ ଗାଈ ୯ ତାରିଖ ଚତୁର୍ଥ ଗର୍ଭରେ ଏକ ମାଇ ବାଛୁରୀ ଜନ୍ମ ଦେଇଥିଲା। ତେବେ ବାଛୁରୀଟିର ମଳ ଓ ପରିସ୍ରା ଦ୍ଵାର ନଥିବା ସେ ଗତକାଲି ଜାଣିବାକୁ ପାଇଥିଲେ। ଝାଡ଼ା ପରିସ୍ରା ବାହାରୁ ନଥିବାରୁ ବାଛୁରୀଟି କଷ୍ଟ ପାଉଥିବା ଦେଖି ସେମାନେ ପାଟଣା ଓ ସାହାରପଡ଼ା ପ୍ରାଣୀ ଚିକିତ୍ସାଳୟକୁ ଯୋଗାଯୋଗ କରି ନିରାଶ ହୋଇଛନ୍ତି। ଯାହା ଫଳରେ ଝାଡ଼ା ପରିସ୍ରା ନହେବା କାରଣରୁ ବାଛୁରୀଟିର ଅକାଳ ମୃତ୍ୟୁ ହେବା ଆଶଙ୍କା ପ୍ରକାଶ ପାଇଛି। ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଘଟଣାକୁ ଗୁରୁତ୍ବ ଦେଇ ଇନ୍ଦ୍ରମଣୀଙ୍କ ବାଛୁରୀର ମଳଦ୍ୱାର ଅସ୍ତ୍ରୋପଚାର କରାଇବାକୁ ଗ୍ରାମବାସୀ ମତ ରଖିଛନ୍ତି।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories