www.samajalive.in
Sunday, December 7, 2025
26.1 C
Bhubaneswar

ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ ଉତ୍କଟ ମରୁଡି ର ପଦଧ୍ୱନି ; ରୁଆ ବେଉଷଣ ଠପ୍ ; ଚାଷ ଜମି ଫାଟି ଆଁ କରିଛି

ରେଙ୍ଗାଲି : ଚଳିତ ଖରିଫ ଋତୁ ରେ ରେଙ୍ଗାଲି ବ୍ଳକ୍ ର ୧୬ ଟି ଯାକ ପଞ୍ଚାୟତ ଅଞ୍ଚଳ ରେ ବର୍ଷା ର ଘୋର ଅଭାବ ଯୋଗୁଁ  ମରୁଡି ର ଆଶଙ୍କା ଦେଖାଦେଇଛି। ବର୍ଷା ର ଘୋର ଅଭାବ ଯୋଗୁଁ ଧାନ କ୍ଷେତ ଫାଟି ଆଁ କରିଛି । ବାହୁଡା ଯାତ୍ରା ବେଳକୁ ବୁଣା ଧାନ ବେଉଷଣ ସରି ଯାଇଥାଏ।  ଚଳିତ ଖରିଫ ଋତୁ ରେ ବୁଣା ହୋଇଥିବା ଧାନ ବେଉଷଣ ଆରମ୍ଭ ହୋଇ ପାରି ନାହିଁ । କାଁ ଭା ବାହାଲ କିସମ ଜମି ତଥା ଉଠା ଜଳ ସେଚନ ଏବଂ ଗଭୀର ନଳ କୁପ ର ସୁବିଧା ଥିବା ଜମି ରେ ରୂଆ କାମ ଚାଲିଥିବାର ଦେଖିବାକୁ ମିଳୁଛି। ଇନ୍ଦ୍ର ଦେବତା ଙ୍କ ଭରସା ରେ ଚାଷ କରୁଥିବା ଏହି ଅଣଜଳ ସେଚିତ ବ୍ଳକ୍ ର ଚାଷୀ ବର୍ଷା ର ଘୋର ଅଭାବ ଦେଖି ହତାସ୍ ହୋଇ କପାଳ ରେ ହାତ ମାରି ବସିଛନ୍ତି। ଆଷାଢ ମାସ ରେ  ବର୍ଷା ବଦଳ ରେ ବୈଶାଖ ମାସ ଭଳି ମୁଣ୍ଡ ଫଟା ଖରା ଲୋକଙ୍କୁ ହନ୍ତସନ୍ତ କରି ଅଂଶୁଘାତ ହେବା ଭଳି ଆଶଙ୍କା ସୃଷ୍ଟି କରିଛି। ଗାଁ ଦାଣ୍ଡ ରେ ଧୂଳି ଉଡୁଛି ଏବଂ ଚାଷ ଜମି ଫୁଟବଲ ପଡିଆ ଭଳି ଶୁଖା ପଡିଛି।
ଏହି ବ୍ଳକ୍ ରେ ମୋଟ୍ ୧୧ହଜାର ୫ଶହ ହେକ୍ଟର ଚାଷ ଜମି ମଧ୍ୟରୁ ୭ହଜାର ୯ଶହ ହେକ୍ଟର ଜମି ରେ ଧାନ ବୁଣା ହୋଇଥିବା ବେଳେ ୩ହଜାର ୬ଶହ ହେକ୍ଟର ଜମି ରେ ରୁଆ କରିବା ପାଇଁ ଆବଶ୍ୟକ ତଳି (ପହ୍ଳା) ପକା ଯାଇଛି। କୃଷି ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ମାତ୍ର ୧୮୦ ରୁ୧୯୦ ହେକ୍ଟର ଜମି ରେ ଧାନ ରୁଆ କାମ ସମ୍ପନ୍ନ ହୋଇ ପାରିଛି। ଧାନ ବୁଣା କାମ ସରିଥିଲେ ମଧ୍ୟ ଚାଷ ଜମି ରେ ପାଣି ନଥିବାରୁ ବେଉଷଣ ଆଦୌ ଆରମ୍ଭ ହୋଇ ନାହିଁ। ରୂଆ ପାଇଁ ପକାଯାଇଥିବା ତଳି (ପହ୍ଲା) ୨୦ ରୁ ୨୫ ଦିନ ରୋପଣ କରାଗଲେ ଭଲ ଶସ୍ୟ ଆଦାୟ ହୋଇଥାଏ । କିନ୍ତୁ ଚଳିତ ବର୍ଷ ବର୍ଷା ର ଘୋର ଅଭାବ ଯୋଗୁଁ ପହ୍ଲାଘାରି ରେ ତଳି ପକାଇବା ର ଏକମାସ ରୁ ଉଦ୍ଦ୍ୱର୍ ସମୟ ବିତିଗଲାଣି ଜମି ରେ ତଳି ରୋପଣ ହୋଇ ପାରୁ ନାହିଁ। ବର୍ଷା ର ଉତ୍କଟ ଅଭାବ ଯୋଗୁ ବୁଣା ଧାନ ବେଉଷଣ ହୋଇ ପାରୁ ନଥିବା ବେଳେ ରୁଆ ପାଇଁ ପକାଯାଇଥିବା ତଳି ଚାଷ ଜମି ରେ ରୋପଣ କରାଯାଇ ପାରୁ ନାହିଁ। ଏଭଳି ଘୋର ସଙ୍କଟଜନକ ସ୍ଥିତି ରେ ଚାଷୀ ଉପାୟ ଶୁନ୍ୟ ହୋଇ ବର୍ଷା ଜଳକୁ ଚାତକ ଭଳି ଅନାଇ ବସିଛନ୍ତି।ବ୍ଳକ୍ କୃଷି ସଂପ୍ରସାରଣ ଅଧିକାରୀ ଶୁଭଶ୍ରୀ ଜେନା ଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଜୁନ୍ ମାସ ରେ ମାତ୍ର ୮.୩୭ ମିଲିମିଟର ବର୍ଷା ଏବଂ ଜୁଲାଇ ମାସ ରେ ୧୯ ଦିନ ରେ ହାରାହାରି ବୃଷ୍ଟିପାତ ମାତ୍ର ୧.୪ମିଲିମିଟର। ଆଉ ଏକ ସପ୍ତାହ ଯଦି ବର୍ଷା ନହୁଏ ତା’ହେଲେ ପରିସ୍ଥିତି ଆହୁରି ସାଂଘାତିକ ହୋଇ ଭୟାବହ ମରୁଡି ନିଶ୍ଚିତ ବୋଲି ଚାଷୀ ମହଲ ରେ ଅଶାଙ୍କା ପ୍ରକାଶ ପାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories