www.samajalive.in
Friday, December 5, 2025
17.1 C
Bhubaneswar

ଅସହାୟ ଅବସ୍ଥାରେ ବୁଲୁଥିବା ଅପରିଚିତ ମହିଳାଙ୍କୁ ଥଇଥାନ ଦାବି

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ କତରବଗା ଥାନା ଅନ୍ତର୍ଗତ ଲଇଡା ଗ୍ରାମର ବସ୍ ଷ୍ଟାଣ୍ଡ୍ ଅଞ୍ଚଳରେ ଜନୈକ ଅପରିଚିତ ମହିଲା ଗତ ୧୫ ଦିନ ହେଲା ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିବାର ଦେଖିବାକୁ ମିଳୁଛି। ମହିଳାଙ୍କ ବୟସ ୫୦ରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କେତେବେଳେ ଗଛ ତଳେ ତ ଆଉ କେତେ ବେଳେ ପରିତ୍ୟକ୍ତ ଘର ବାରଣ୍ଡାରେ ମହିଳା ଜଣକ ଆଶ୍ରୟ ନେଇ ରହୁଥିବା ଦେଖିବାକୁ ମିଳୁଛି। ମହିଳା ଜଣକ ଅସ୍ପଷ୍ଟ ହିନ୍ଦି ଭାଷାରେ କଥାବାର୍ତ୍ତା କରୁଛନ୍ତି। ସେ କହୁଥିବା ହିନ୍ଦି ଭାଷାରେ ହିନ୍ଦୀଭାଷୀ ଅଞ୍ଚଳର ଆଞ୍ଚଳିକ ଭାଷା ମିଶ୍ରିତ ଥିବାରୁ ତାଙ୍କ କଥା ବୁଝିହେଉନାହିଁ। କେଉଁ ସ୍ଥାନର ବାସିନ୍ଦା ବୋଲି ପଚାରିଲେ ବାସ୍ରା ବୋଲି ଉତ୍ତର ଦେଉଛନ୍ତି। ପରିବାର ପରିଜନକୁ ଛାଡ଼ି ଏଣେତେଣେ ଘୁରି ବୁଲୁଥିବା ଏହି ମହିଳାଙ୍କ ସଠିକ୍ ପରିଚୟ ଜଣା ପଡୁ ନଥିବାରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଥଇଥାନ କରାଯିବା ସହିତ ତାଙ୍କର ପରିଚୟ ଠାବ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବାକୁ ସଚେତନ ନାଗରିକ ମହଲରେ ଦାବି ହେଉଛି। କ’ଣ ନାମ ବୋଲି ପଚାରିଲେ ରାମ୍ ଲଖୀ ବୋଲି ଉତ୍ତର ଦେଉଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଖଇ ଫୁଟା ତାତିରେ ଏକାକି ଅସହାୟ ଅବସ୍ଥାରେ ବୁଲୁଥିବା ଏହି ମହିଳାଙ୍କୁ ଥଇଥାନ କରାନଗଲେ ଅଂଶୁଘାତ ରେ ଆକ୍ରାନ୍ତ ହୋଇ ଜୀବନ ହାନି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories