www.samajalive.in
Saturday, December 6, 2025
16.1 C
Bhubaneswar

ଉଦୟପୁର, ଗଣପତିନଗରରେ ଜଳସଙ୍କଟ: ଟ୍ୟାଙ୍କର ଯୋଗେ ପିଇବାପାଣି ଯୋଗାଣ

ହରଭଙ୍ଗା: ଡହ ଡହ ଗ୍ରୀଷ୍ମତାତି ସାଙ୍ଗକୁ ପ୍ରାୟତଃ ସବୁ ସ୍ଥାନରେ ପିଇବାପାଣି ସମସ୍ୟା ସାଧାରଣ ମଣିଷ ଜୀବନକୁ ଦହଗଞ୍ଜ କରି ପକାଇଲାଣି। ତାତିରୁ ତ୍ରାହି ମିଳୁନଥିବା ବେଳେ ପାଣି ସମସ୍ୟା ସାଙ୍ଗକୁ ବାରମ୍ବାର ବିଦ୍ୟୁତ୍‌‌କାଟ ପ୍ରଭାବରେ ମଣିଷ ତ୍ରାହି ତ୍ରାହି ଡାକିଲାଣି। ଲାଗାତର ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭୂତଳଜଳ ହ୍ରାସ ପାଇବା ସହିତ ନଈ, ନାଳ, ବନ୍ଧ, ପୋଖରୀ ଭଳି ଜଳାଶୟ ସବୁ ଶୁଖିଲା ପଡ଼ିଲାଣି। ଏଭଳି ସମୟରେ ହରଭଙ୍ଗା ବ୍ଲକ ପୁରୁଣାକଟକ ପଂଚାୟତର ଉଦୟପୁର ଏବଂ ଗଣପତିନଗର ଭଳି ଦୁଇଟି ସ୍ଥାନରେ ଜଳ ସଙ୍କଟ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପଂଚାୟତର ସରପଞ୍ଚ ଅଶୋକ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଙ୍ଗଳବାର ଟ୍ୟାଙ୍କର ସାହାଯ୍ୟରେ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଇଛି। ନିଅଣ୍ଟିଆ ସମୟରେ ସରପଞ୍ଚଙ୍କ ଏଭଳି ମହତ କାର୍ଯ୍ୟକୁ ଗାଁ ଲୋକେ ଧନ୍ୟବାଦ ଜଣାଇଛନ୍ତି। ଏଭଳି ଚିତ୍ରକୁ ଲକ୍ଷ୍ୟକଲେ ଚଳିତବର୍ଷ ଗ୍ରୀଷ୍ମପ୍ରବାହ ସବୁ ବର୍ଷର ରେକର୍ଡକୁ ଅତିକ୍ରମ କରିସାରିଥିବା ଅନୁମାନ କରିହେଉଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories