www.samajalive.in
Friday, December 5, 2025
27.1 C
Bhubaneswar

ବେଷ୍ଟ ବେକେରୀ ମାମଲା : ୨ ଖଲାସ

ମୁମ୍ବାଇ : ମୁମ୍ବାଇର ସେସନ୍ସ କୋର୍ଟ ଗୁଜରାଟର ୨୦୦୨ରେ ଘଟିଥିବା ବେଷ୍ଟ ବେକେରୀ ମାମଲାରେ ଦୁଇ ଅପରାଧୀ ହର୍ଷଦ ରାଜୋଜି ଭୋଲାନ ସୋଲାଙ୍କି ଏବଂ ମାଫତ ମାନିଲାଲ ଗୋହିଲଙ୍କୁ ଖଲାସ କରିଛନ୍ତି। ସୂଚନା ଅନୁସାରେ, ଏହି ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ସହିତ ୨୧ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ପ୍ରମାଣ ଅଭାବରୁ ସମସ୍ତଙ୍କୁ ୨୦୦୩ରେ ବଡୋଦରା ଅଦାଲତ ଖଲାସ କରିଥିଲେ। ପୁନଶ୍ଚ ୨୦୦୪ରେ ସୁପ୍ରିମକୋର୍ଟ ସମୀକ୍ଷା ଆବେଦନ ଶୁଣାଣିବେଳେ ମହାରାଷ୍ଟ୍ରକୁ ଏହି ମାମଲା ହସ୍ତାନ୍ତର କରିଥିଲେ। ୨୪ ଫେବୃଆରୀ ୨୦୦୬ରେ, ମୁମ୍ବାଇ କୋର୍ଟ ୯ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ମାମଲାର ଚାରିଜଣ ଅପରାଧୀ ଫେରାରଥିଲେ। ପରେ ସେମାନେ ଧରାପଡ଼ିଥିଲେ। ନିମ୍ନ ଅଦାଲତର ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟରେ ସେମାନେ ଚ୍ୟାଲେଞ୍ଜ କରାଯାଇଥିଲା। ଫଳରେ ଦୋଷୀଙ୍କ ଆଜୀବନ କାରାଦଣ୍ଡକୁ ଅଦାଲତ ସଂରକ୍ଷିତ ରଖିଥିଲେ। ୨୦୧୩ରେ ୪ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ୨୦୦୨ରେ ଗୋଧ୍ରା ଘଟଣା ପରେ ଗୁଜରାଟରେ ବେଷ୍ଟ ବେକେରୀ ଘଟଣା ସମେତ ଅନେକ ଦଙ୍ଗା ହୋଇଥିଲା। ୨୭ ଫେବୃଆରୀ ୨୦୦୨ରେ, ସାବରମତି ଏକ୍ସପ୍ରେସର ଏକ ବଗିରେ ନିଆଁ ଲଗାଯାଇଥିଲା। ଏହା ପରେ ସାରା ରାଜ୍ୟରେ ଦଙ୍ଗା ଆରମ୍ଭ ହୋଇଥିଲା। ଅଗ୍ନିକାଣ୍ଡରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories