ରେଙ୍ଗାଲି: ରେଳ ଯାତ୍ରୀମାନଙ୍କୁ ଏକ ସ୍ବଚ୍ଛ ପରିବେଶରେ ଯାତ୍ରାର ବ୍ୟବସ୍ଥା କରିବା ରେଳ ବିଭାଗର ନୈତିକ ଦାୟିତ୍ବ। ତେବେ ବିଭାଗୀୟ ଅବହେଳା ଯୋଗୁଁଁ ଏଥିରେ ବ୍ୟତିକ୍ରମ ଦେଖା ଦେଉଥିବାର ଅଭିଯୋଗ ହେଉଛି। ରାଉରକେଲା- ଭୁବନେଶ୍ବର ଇଣ୍ଟରସିଟି ଟ୍ରେନର ଡି-୫ ବଗିର ଛାତରୁ ଦୂଷିତ ପାଣି ପଡ଼ି ୧୬ ଏବଂ ୧୭ ନମ୍ବର ସିଟ୍ରେ ପଡୁଥିବାରୁ ସେହି ସିଟ୍ରେ ବସି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି। ବର୍ଷା ହେଲା ମାତ୍ରେ ଛାତ ଉପରୁ ଧାର ଧାର ହୋଇ ପାଣି ଝରିବା ଫଳରେ ସିଟ୍ରେ ବସିବା ମୁସ୍କିଲ ହୋଇଥିବା ପ୍ରକାଶ କରିଛନ୍ତି। ରେଳବାଇ ଏଥିପ୍ରତି ଦୃଷ୍ଟିଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
Popular Categories



