www.samajalive.in
Tuesday, December 9, 2025
26.1 C
Bhubaneswar

ଅଭୟାରଣ୍ୟ ଜମିରେ ପାଇପ୍ ଲାଇନ୍ ପାଇଁ ସରକାରୀ ଅନୁମତିରେ ବିଳମ୍ବ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଲଇଡା, ରେଙ୍ଗଲୋଇ ଏବଂ କିନାଲୋଇ ପଞ୍ଚାୟତ ଅଞ୍ଚଳର ଗ୍ରାମଗୁଡ଼ିକୁ ମେଗା ଉଠାଜଳସେଚନ ପ୍ରକଳ୍ପ ଯୋଜନା ମାଧ୍ୟମରେ ଦେବଗଡ଼ ଜିଲ୍ଲାରୁ ପାନୀୟଜଳ ଯୋଗାଣ କରାଯିବା ପାଇଁ ବର୍ଷାଧିକ କାଳ ହେଲା କାମ ଆରମ୍ଭ ହୋଇଛି। କିନ୍ତୁ ଏହି ଯୋଜନାରେ ଅଭୟାରଣ୍ୟ ଏବଂ ସଂରକ୍ଷିତ ଜଙ୍ଗଲ ପଡୁଥିବାରୁ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ମେଗା ପାନୀୟଜଳ ଯୋଜନା କାର୍ଯ୍ୟକ୍ଷମ କରିବାକୁ ହେଲେ ଦେବଗଡ଼ ଓ ସମ୍ବଲପୁର ଜିଲ୍ଲା ମଧ୍ୟରେ ଥିବା ୧୪୮ କିଲୋମିଟର ଅଭୟାରଣ୍ୟ ଓ ସଂରକ୍ଷିତ ଜଙ୍ଗଲ ଜମି ପଡୁଛି। ଉକ୍ତ ଜମିରେ ପାଇପ୍ ଲାଇନ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ସ୍ଥାପନ କରାଗଲେ ଯାଇ ରେଙ୍ଗାଲି ବ୍ଲକର ଉପରୋକ୍ତ ୩ଟି ପଞ୍ଚାୟତକୁ ପାନୀୟଜଳ ଯୋଗାଣ ହୋଇପାରିବ।

ଏପର୍ଯ୍ୟନ୍ତ ୧୪୮ କିମି ପାଇପ୍ ଲାଇନ୍ କାମ ପାଇଁ ସର୍ଭେ ଆରମ୍ଭ ହୋଇନାହିଁ। ସର୍ଭେ କାମ କରିବାକୁ ବନ ବିଭାଗର ଅନୁମତି ଲୋଡ଼ାଯାଇଥିଲେ ମଧ୍ୟ ଏଯାଏ ଅନୁମତି ମିଳିନାହିଁ। ଅନୁମତି ମିଳିବା ପରେ ସର୍ଭେ ହେବ ଏବଂ ତା’ପରେ ପାଇପ୍ ଲାଇନ୍ କାମ ପାଇଁ ବନ ବିଭାଗ ମୁଖ୍ୟ ପିସିସିଏଫ୍ ଏବଂ ରାଜ୍ୟ ସରକାର ଅନୁମତି ଦେଲାପରେ ଯାଇ ପାଇପ୍ ଲାଇନ୍ କାମ ଆରମ୍ଭ ହେବ। ଏତେ ସବୁ ଆଇନର ଜାଲରେ ଗୁଡେଇ ହୋଇଥିବା ଏହି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବହୁ ବିଳମ୍ବିତ ହେବାର ଆଶଙ୍କା ଦେଖାଦେଇଛି। ରାଜ୍ୟ ସରକାର ଏଥିପ୍ରତି ସ୍ବତନ୍ତ୍ର ଗୁରୁତ୍ବ ଦେଇ ପାଇପ୍ ଲାଇନ ପାଇଁ ଶୀଘ୍ର ଅନୁମତି ନଦେଲେ ପ୍ରକଳ୍ପ କାମ ତ୍ୱରାନ୍ୱିତ ହୋଇପାରିବ। ଅନ୍ୟଥା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପାଇଁ ଆହୁରି କେତେ ବର୍ଷ ଲାଗିବ କିଛି ଠିକ୍ ଠିକଣା ନାହିଁ। ଅଭୟାରଣ୍ୟ ପୂର୍ବ ଏବଂ ପରେ ଥିବା ଅଞ୍ଚଳରେ ପାଇପ୍ ଲାଇନ, ଓଭର ହେଡ୍ ଟାଙ୍କି ଆଦି ଆନୁସଙ୍ଗିକ କାମ ଜୋର ସୋରରେ ଚାଲିଛି। ଆଉ ୩/୪ ମାସରେ କାମ ଶେଷ ହୋଇଯିବା ଭଳି ଜଣାପଡୁଛି। କିନ୍ତୁ ବନବିଭାଗର ଏନଓସି ଏବଂ ରାଜ୍ୟ ସରକାରଙ୍କ ଅନୁମତି ନ ମିଳିଲେ ଯୋଜନାର ବାକି ଅଂଶ କାମ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଲୋକେ ପାନୀୟଜଳ ପାଇବାରୁ ବଞ୍ଚିତ ହେବେ। ଅଞ୍ଚଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଜନ ପ୍ରତିନିଧି ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ଦାବି ହେଉଛି। ଏହି ଯୋଜନା କାର୍ଯ୍ୟକ୍ଷମ ହେଲେ ରେଙ୍ଗାଲି ବ୍ଲକର ଲଇଡା, ରେଙ୍ଗଲୋଇ ଏବଂ ଜମନକିରା ବ୍ଲକର ସମସ୍ତ ଗ୍ରାମପଞ୍ଚାୟତର ଜନସାଧାରଣ ପାନୀୟଜଳ ସୁବିଧା ପାଇ ଉପକୃତ ହେବେ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories