www.samajalive.in
Sunday, December 7, 2025
13.1 C
Bhubaneswar

ସରୋବରର ଭ୍ରମ ସୃଷ୍ଟି କରୁଛି ଲଇଡ଼ା-ଫାଶିମାଲ ପୂର୍ତ୍ତ ବିଭାଗ ରାସ୍ତା

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକର ଲଇଡାରୁ ଜମନକିରା ବ୍ଲକର ଫାଶିମାଲ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ଅସରାଏ ବର୍ଷାରେ ସରୋବରର ଭ୍ରମ ସୃଷ୍ଟି କରୁଛି। ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତାର ପୁନଃନିର୍ମାଣ ତଥା ନବୀକରଣ କାମ ପ୍ରାୟ ଦୁଇମାସ ହେଲା ଅଧାପନ୍ତରିଆରେ ଠପ୍ ହୋଇ ପଡିଛି। ଲଇଡାରୁ ନୂଆପାଲି ପର୍ଯ୍ୟନ୍ତ ଅସଂଖ୍ୟ ଖାଲଖମାରେ ପରିପୂର୍ଣ୍ଣ ହୋଇ ପଡିଥିବା ରାସ୍ତାରେ ଗମନାଗମନ ଦୁର୍ବିସହ ହେଉଛି। ଖାଲଖମା ରାସ୍ତା ଉପରେ ପୁରୁଣା ଚିପ୍ସ ମେଣ୍ଟାଲ୍ ଯାତ୍ରୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବାବେଳେ ରାସ୍ତା ଉପରେ ଛୋଟ ବଡ ଗାଡ଼ିଆ ଆକୃତିର ଖାଲଖମାରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାର ଭାଗିପାଲି ଗ୍ରାମର ଗୁଢାଲିବନ୍ଧ ବୁଲାଣିରେ କ୍ଷୁଦ୍ର ସରୋବର ଆକୃତିର ଖାଲରେ ବର୍ଷା ପାଣି ଜମା ହୋଇ ରହୁଥିବାରୁ ଏହା ସରୋବର ଭଳି ଦେଖାଯାଉଛି। ଏହି ରାସ୍ତା ଉପରେ ଶହଶହ ସ୍କୁଲ କଲେଜ ଛାତ୍ରଛାତ୍ରୀ ଏବଂ ନନେକ ଗ୍ରାମର ଜନସାଧାରଣ ଡାକ୍ତରଖାନା, ଥାନା, ତହସିଲ, ଜିଲା ସଦର ମହକୁମା ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ରାସ୍ତା କାମ ଅଧା ପନ୍ତରିଆରେ ଛାଡି ଦେଇଥିବାରୁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜନସାଧାରଣରେ ଏଥିଯୋଗୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ପୂର୍ତ୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ବ ଦେଇ ଅସମ୍ପୂର୍ଣ୍ଣ କାମ ଶୀଘ୍ର ସମ୍ପୂର୍ଣ୍ଣ କରାଇ ରାସ୍ତାକୁ ଗମନାଗମନ ଉପଯୋଗୀ କରିବା ପାଇଁ ଦାବି ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories