www.samajalive.in
Saturday, December 6, 2025
19.1 C
Bhubaneswar

ବନ୍ଦ ହେଲା ‘କୁ’, ଦୁଃଖରେ ଏମିତି କହିଲେ ପ୍ରତିଷ୍ଠାତା..

ନୂଆଦିଲ୍ଲୀ : ଭାରତୀୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ Koo(କୁ) ବନ୍ଦ ହୋଇଯାଇଛି । କୁର ପ୍ରତିଷ୍ଠାତା ଅପ୍ରମେୟ ରାଧାକୃଷ୍ଣ ଏବଂ ମୟଙ୍କ ବିଦାଭତକା ଏନେଇ ଘୋଷଣା କରିଛନ୍ତି । ଏହି ଆପକୁ ମାଇକ୍ରୋ-ବ୍ଲଗିଂ ସାଇଟ୍ ଟ୍ବିଟରକୁ ଟକ୍କର ଦେବା ପାଇଁ ଲଞ୍ଚ୍ କରାଯାଇଥିଲା । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଖର୍ଚ୍ଚ ଭାର ଏବଂ ପାର୍ଟନରସିପ୍ ବିଫଳ ହେବା ଯୋଗୁଁ ‘କୁ’ ବନ୍ଦ ହେବାକୁ ଯାଉଛି ବୋଲି ପ୍ରତିଷ୍ଠାତା ସୂଚନା ଦେଇଛନ୍ତି । ପୂର୍ବରୁ ଏପ୍ରିଲ ୨୦୨୩ରେ ଅନେକ କର୍ମଚାରୀଙ୍କ ଛଟେଇ କରିଥିଲା କମ୍ପାନୀ ।

ନିର୍ମାତା କହିଛନ୍ତି କି ‘ବହୁତ କମ୍ ସମୟରେ ଆମେ ଟ୍ବିଟର ତୁଳନାରେ ଅଧିକ ଫିଚର୍ସ ଆଣିଥିଲୁ ଏବଂ ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଦୃରଦୃଷ୍ଟି ରଖିଥିଲୁ । ଆମ ଟିମ୍ ସବୁ ସମୟରେ ଏକାଠି କାମ କରିଛି । ଆମେ ବହୁତ ଭାଗ୍ୟଶାଳୀ କି ଏଭଳି ଦକ୍ଷ ଲୋକଙ୍କ ସହ ଆମେ କାମ କରିବାର ସୁଯୋଗ ପାଇଲୁ । ଏପର୍ଯ୍ୟନ୍ତ ଆପଣଙ୍କ ସମୟ, ଶୁଭକାମନା ଏବଂ ଭଲପାଇବା ପାଇଁ ଧନ୍ୟବାଦ ।‘

- Advertisement -

କହିରଖୁଛୁ ଦିନେ ‘କୁ’ରେ ପ୍ରାୟ ୨୧ ଲକ୍ଷ ଲୋକ ପ୍ରତିଦିନ ସକ୍ରିୟ ରହୁଥିଲେ । ମାସକୁ ୧ କୋଟି ୟୁଜର୍ସ ଏହାକୁ ବ୍ୟବହାର କରୁଥିଲେ ଯେଉଁଥିରୁ ୯ ହଜାରରୁ ଅଧିକ ଭିଆଇପି ସାମିଲ ଥିଲେ । ଏହି ସଫଳତା ପରେ ମଧ୍ୟ କମ୍ପାନୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଚାଲିଥିଲା । କମ୍ପାନୀ ବାଧ୍ୟ ହୋଇ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ସହ କାମ ମଧ୍ୟ କମାଇଥିଲା । ଶେଷରେ ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ପ୍ରତିଷ୍ଠାତା ।

ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେଲେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories