www.samajalive.in
Sunday, December 7, 2025
26.1 C
Bhubaneswar

ଏନଏଲସି କୋଇଲା ଖଣି ବିସ୍ଥାପିତଙ୍କ ଆନ୍ଦୋଳନ ଚେତାବନୀ

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ବ୍ଲକ ଖିଣ୍ଡା ପଞ୍ଚାୟତରେ ସରକାରଙ୍କ ଅତିପ୍ରିୟ ନବରତ୍ନ ଗ୍ରୁପର ଏନଏଲସି କମ୍ପାନୀର କୋଇଲା ଖଣିରୁ କୋଇଲା ଉତ୍ପାଦନ ହେବାର ୪ବର୍ଷ ବିତିଗଲାଣି। କିନ୍ତୁ ଖଣି ଯୋଗୁଁ ବିସ୍ଥାପିତ ହୋଇ ଜମି ହରାଇଥିବା କ୍ଷତିଗ୍ରସ୍ତଙ୍କ ସମସ୍ୟା ଓ ଖଣି ଯୋଗୁଁ ଦେଖାଦେଇଥିବା ସମସ୍ୟାର ସମାଧାନ ହେଉନାହିଁ। ଏଥିପାଇଁ ଅସଂଖ୍ୟ ଥର ଦାବିପତ୍ର ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ସମସ୍ୟା ଅସମାହିତ ହୋଇ ରହୁଛି। ପ୍ରତିଥର କମ୍ପାନୀ ଓ ପ୍ରଶାସନ ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବାରୁ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଉଛି।

ସୋମବାର ଏହି କ୍ରମରେ ଖିଣ୍ଡା ପଞ୍ଚାୟତର ସରପଞ୍ଚ ସନ୍ଧ୍ୟାରାଣୀ ପଧାନ ଓ ଶ୍ରମିକ ନେତା ବାବୁଲୁ ରାଉତଙ୍କ ନେତୃତ୍ବରେ ଶତାଧିକ ଖଣି କ୍ଷତିଗ୍ରସ୍ତ, ବିସ୍ଥାପିତ ଜମିହରା ଓ ପ୍ରଭାବିତ ପରିବାର ଏନଏଲସି ଇଣ୍ଡିଆ ଲିମିଟେଡର ମୁଖ୍ୟ ମହାପ୍ରବନ୍ଧକଙ୍କୁ ସାକ୍ଷାତ କରି ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୨୫ତାରିଖ ସୁଦ୍ଧା ସମସ୍ତ ଦାବି ପୂରଣ ନହେଲେ ୨୬ ତାରିଖରୁ ଖଣିର ମୁଖ୍ୟ ଫାଟକ ସାମ୍ନାରେ ଖିଣ୍ଡା ସରପଞ୍ଚଙ୍କ ନେତୃତ୍ବରେ ଦାବି ପୂରଣ ନହେବା ଯାଏ ବିଶାଳ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

- Advertisement -

 

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories