ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ

ରେଙ୍ଗାଲି : ରେଙ୍ଗାଲି ବ୍ଲକ ଅନ୍ତର୍ଗତ କତରବଗା ଗ୍ରାମର ସୁଶାନ୍ତ କୁମାର ମେହେର (୩୫) ନାମକ ଯୁବକ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିବା ପୁଲିସ ଠାରୁ ସୂଚନା ମିଳିଛି।

Comments are closed.