www.samajalive.in
Saturday, December 6, 2025
23.1 C
Bhubaneswar

ରାଜରାସ୍ତା ପାଲଟିଛି ଗୋରୁ ଗୋଠ

ରେଙ୍ଗାଲି : ହିନ୍ଦୁ ଧର୍ମରେ ଗାଈଗୋରୁଙ୍କୁ ପୂଜା କରାଯାଇ ଗାଈକୁ ଗୋମାତାର ଆଖ୍ୟା ଦିଆଯାଇଛି। ଗୋ ସୁରକ୍ଷା ପାଇଁ ଅନେକ ସଙ୍ଗଠନ କାମ କରୁଛନ୍ତି। ତେବେ ବିଡମ୍ବନାର ବିଷୟ ମଣିଷ ଗୋ ସମ୍ପଦର ରକ୍ଷଣାବେକ୍ଷଣ ଯତ୍ନ ନେବାରେ ଆଦୌ ଗୁରୁତ୍ବ ଦେଉନାହିଁ। ଗାଈଗୋରୁଙ୍କୁ ବାରବୁଲା କରି ଛାଡି ଦିଆଯାଉଛି। ରାଜରାସ୍ତା, ବସଷ୍ଟାଣ୍ଡ ପରିତ୍ୟକ୍ତ ଘର,ବାରଣ୍ଡାରେ ଗାଈଗୋରୁ ଗୋଠ ମାଡି ବିଶ୍ରାମ ନେଉଥିବାର ଦେଖିବାକୁ ମିଳୁଛି। ଗାଈ ଖିର ଦେଉଥିବା ପର୍ୟ୍ୟନ୍ତ ମାଳିକ ଗାଈ ବାଛୁରୀକୁ ଗୁହାଳରେ ବାନ୍ଧି ରଖୁଛି। ଖିର ଦେବା ବନ୍ଦ ହୋଇ ଗଲେ ଗାଈ ବାଛୁରୀ ବାରବୁଲା ହୋଇ ଘୁରି ବୁଳୁଛନ୍ତି। ବଳଦ ମାନଙ୍କ ସମାନ ଅବସ୍ଥା ,ଜମିରେ ହଳ କରିବା ଥିବା ଯାଏ ବଳଦ ଗୁହାଳରେ ବନ୍ଧା ହୋଇ ରହୁଛନ୍ତି। ଅନ୍ୟ ସମୟରେ ବଳଦ ବାରବୁଲା। ଶିଳ୍ପାଞ୍ଚଳରେ କଳକାରଖାନା ପ୍ରତିଷ୍ଠା ହେବା ଆଗରୁ ଯେଉଁଟା ଗୋରୁ ଗୁହାଳ ଥିଲା ତାହା ଏବେ ଚକାଚକ୍ ତିଆରି କରି ଭଡା ଘର ହୋଇ ଶିଳ୍ପାନୁଷ୍ଠାନର କର୍ମଚାରୀ ମାନଙ୍କ ଆଶ୍ରୟ ସ୍ଥଳ ପାଳଟିଛି। ଗାଁରୁ ସହର ଯାଏ ଗୋସମ୍ପଦର ଏଭଳି ଦୁର୍ଗତି ଦେଖିବାକୁ ମିଳୁଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories