www.samajalive.in
Sunday, December 7, 2025
16.1 C
Bhubaneswar

ଜାତୀୟ ଶିକ୍ଷା ନୀତି ୨୦୨୦ର ତିନି ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ହେବାର ତିନି ବର୍ଷ ପୂର୍ତ୍ତି ହୋଇଯାଇଛି। ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଳୟର ପ୍ରଭାରୀ ଅଧ୍ୟକ୍ଷ ଶ୍ରୀ ନାହର ସିଂହ ମୀନା ସୂଚନା ଦେଇ କହିଥିଲେ ଯେ ଜାତୀୟ ଶିକ୍ଷାନୀତି ମୂଳ ଲକ୍ଷ ହେଉଛି ବିଦ୍ୟାର୍ଥୀ ମାନଙ୍କୁ ଏକବିଂଶ ଶତାବ୍ଦୀର ନୂତନ ଆହ୍ବାନ ଗୁଡ଼ିକୁ ସାମନା କରି ଜୀବନ ଗଢିବାର କୌଶଳ ଶିକ୍ଷା ଦେବା । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ମହାପାତ୍ର କହିଥିଲେ ଯେ ଏହି ଶିକ୍ଷା ନୀତି ଲାଗୁ ହେବା ପରେ ବିଦ୍ୟାଳୟରେ ନୂତନ ନିୟମ ଅନୁଯାୟୀ ୫+୩+୩+୪ ବ୍ୟବସ୍ଥା କାର୍ୟ୍ୟକାରୀ ହୋଇଛି। ଅନ୍ୟ କେତେକ କେନ୍ଦ୍ରୀୟ ବିଦ୍ୟାଳୟରେ ବାଲବାଟିକା ଆରମ୍ଭ ହୋଇଥିବା ବେଳେ କନ୍ଧମାଳରେ ଆସନ୍ତା ବର୍ଷ ଏହା ଲାଗୁ ହେବାର ଯୋଜନା ରହିଛି।
ବିଦ୍ୟାଳୟରେ ଏକ ନୂତନ ସ୍କିଲ ହବ ସ୍ଥାପନ କରାଯାଇଛି ଯେଉଁଥିରେ ଯୁବକ ମାନଙ୍କୁ ଡାଟା ଏଣ୍ଟ୍ରି ଅପରେଟର ତାଲିମ ଦିଆଯାଉଛି। ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ପରବର୍ତ୍ତୀ ଶ୍ରେଣୀ ମାନଙ୍କରେ ଗୋଟିଏ ଦକ୍ଷତା ଭିତ୍ତିକ ବିଷୟ ପଢା ଯିବାର ବ୍ୟବସ୍ଥା ହୋଇଛି। କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳକୁ ପିଏମ୍ ଶ୍ରୀ ଯୋଜନାରେ ସାମିଲ କରାଯାଇଛି ଯାହାଦ୍ଵାରା ବିଦ୍ୟାଳୟକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳି ପାରିବ। ବିଦ୍ୟାଳୟର ବରିଷ୍ଠ ପ୍ରାଥମିକ ଶିକ୍ଷକ ସନକ ସେଠ୍ କହିଥିଲେ ଯେ ପ୍ରାଥମିକ ଶ୍ରେଣୀ ଗୁଡିକରେ ( ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ) ତଥା ନିପୁଣ ଭାରତ ଉପରେ ଗୁରୁତ୍ତ୍ୱାରୋପ କରାଯାଉଛି। ଇ ବିଦ୍ୟା ତଥା ବିଦ୍ୟାଞ୍ଜଳି ଦ୍ଵାରା ଶିକ୍ଷା ବ୍ୟବସ୍ଥାରେ ଜନ ଭାଗିଦାରି ସୃଷ୍ଟି ହୋଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜବାହର ନବୋଦୟ ବିଦ୍ୟାଳୟ ତୁଡ଼ିପାଯୁର ଅଧ୍ୟକ୍ଷା ଶ୍ରୀମତୀ ମିନତି ରାଣୀ ପଣ୍ଡା ନବୋଦୟ ବିଦ୍ୟାଳୟରେ କାର୍ୟ୍ୟକାରୀ ହେଉଥିବା ଯୋଜନା ଗୁଡିକ ବିଷୟରେ ସୁଚନା ଦେଇ କହିଥିଲେ ଯେ ନବୋଦୟ ବିଦ୍ୟାଳୟ ମଧ୍ୟ ପି ଏମ ଶ୍ରୀ ଯୋଜନାରେ ସାମିଲ ହୋଇଛି। କେନ୍ଦ୍ରୀୟ ବିଦ୍ୟାଳୟ ଭଳି ନବୋଦୟ ବିଦ୍ୟାଳୟରେ ମଧ୍ୟ ଅନୁରୂପ ବ୍ୟବସ୍ଥା ପ୍ରଚଳନ ହେଉଛି ଯାହାଦ୍ଵାରା ଶିକ୍ଷାର ମାନ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସଫଳ ତଥା ସେବା ମନୋଭାବ ସମ୍ପନ୍ନ ବିଦ୍ୟାର୍ଥୀ ସୃଷ୍ଟି ହୋଇ ପାରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories