www.samajalive.in
Saturday, December 6, 2025
14.1 C
Bhubaneswar

ନିୟନ୍ତ୍ରିତ ବଜାର ପ୍ରାଙ୍ଗଣକୁ ବିଦ୍ୟୁତ୍ ସଂଯୋଗ ପାଇଁ ଦାବି

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡାରେ ଥିବା ନିୟନ୍ତ୍ରିତ ବଜାର ଉପ-ପ୍ରାଙ୍ଗଣରେ ଏପର୍ୟ୍ୟନ୍ତ ବିଦ୍ୟୁତ ଲାଇନ୍ ସଂଯୋଗ କରାଯାଇ ନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।  ବଜାର ପ୍ରାଙ୍ଗଣରେ ଲଇଡା ସେବା-ସମବାୟ ସମିତି ଏବଂ କୃଷକ ସଙ୍ଗଠନର ସଭାପତି ସଲିଲ୍ ନାଏକଙ୍କ ସଭାପତିତ୍ବରେ ଚାଷୀ ମାନଙ୍କ ବୈଠକରେ ଏନେଇ ଆଲୋଚନା କରାଯାଇଥିଲା। ବଜାର ପ୍ରାଙ୍ଗଣରେ ବିଦ୍ୟୁତିକରଣ, ୱେ ବ୍ରିଜ୍ ସ୍ଥାପନ ଏବଂ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଚାଷୀ ମାନେ ଦାବି କରିଥିଲେ ।
ଏସଂକ୍ରାନ୍ତରେ ଆର୍ ଏମ୍ ସି ସମ୍ପାଦକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାବ୍ୟତୀତ ଅଞ୍ଚଳରେ ମେଗା ଉଠାଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ୟ୍ୟକ୍ଷମ କରାଯିବା ପାଇଁ ବୈଠକରେ ଚାଷୀ ମାନେ ଦାବି କରିଥିଲେ। ମେଗା ଜଳ ସେଚନ ଯୋଜନା କାର୍ୟ୍ୟକ୍ଷମ ହେଲେ ଲଇଡା,ରେଙ୍ଗଲୋଇ ଏବଂ କିନାଲୋଇ ପଞ୍ଚାୟତ ଅଞ୍ଚଳର ଚାଷୀ ମରୁଡି ଦାଉରୁ ରକ୍ଷା ପାଇବା ସହିତ ଡାଳୁଆଧାନ ଚାଷ ଏବଂ ଅଣଧାନ ଚାଷ କରି ଲାଭବାନ ହେବେ ବୋଲି ଚାଷୀ ମାନେ ମତ ପ୍ରକାଶ କରିଥିଲେ। ଲଇଡା ସେବା-ସମବାୟ ସମିତିର ସମ୍ପାଦକ ଗଜିନ୍ଦ୍ର ରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଲଇଡା ବଜାର ଉପ-ପ୍ରାଙ୍ଗଣ ର ଇନ୍-ଚାର୍ଜ କାହ୍ନୁଚରଣ ମହାନ୍ତି ଯୋଗ ଦେଇ ସରକାରଙ୍କ ଦ୍ବାରା କାର୍ୟ୍ୟକାରୀ ହେଉଥିବା ଇନାମ୍ ଯୋଜନା ସଂକ୍ରାନ୍ତ ରେ ଚାଷୀ ମାନଙ୍କୁ ଅବଗତ କରାଇ ଏହି ଯୋଜନାରେ ନିଜ ନିଜର ନାମ ପଞ୍ଜୀକରଣ କରିବାକୁ ପରାମର୍ଶ ଦେଇଥିଲେ। ବୈଠକ ରେ ଲଇଡା ସେବା-ସମବାୟ ସମିତିର ପୂର୍ବତନ ସଭାପତି ସରୋଜ ପୂଜାରୀ, ରମେଶ ଚନ୍ଦ୍ର ସାହୁ, ଲଇଡା କୃଷକ ସଙ୍ଗଠନର ସମ୍ପାଦକ ରାଜେଶ ପୃଷ୍ଟି,ସମବାୟ ସମିତିର ଡାଇରେକ୍ଟର ସର୍ବାନନ୍ଦ ସରାଫ୍, ପ୍ରକାଶ ବେହେରା, ପ୍ରକାଶ ପୃଷ୍ଟି, ମଞ୍ଜିବ ସାହୁ, ଅନିଲ ପଟେଲ, ବନମାଳି ପ୍ରଧାନ କେଶବ କୁମୁରା, ନିରୋଜ ପୁରୋହିତ, ରମେଶ ମିର୍ଦ୍ଧା, ଦିଲ୍ଳିପ ନାଏକ, ସୂର୍ୟ୍ୟକୁମାର ରଣା,ଅଶୋକ ରୋହିଦାସ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories