www.samajalive.in
Saturday, December 6, 2025
23.1 C
Bhubaneswar

ଗୁପ୍ତ ଚାମ୍ବର ଜରିଆରେ ୧ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣ : ୩ ଗିରଫ

ସମ୍ବଲପୁର : ସମ୍ବଲପୁରର ଅବକାରୀ ବିଭାଗ ପକ୍ଷରୁ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା କ୍ରମରେ ରବିବାର ସକାଳ ସମୟରେ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିଛି। ଅବକାରୀ ଦଳ ପାଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ସିନ୍ଦୁରପଙ୍କର ଚୌଧୁରୀ ଛକ ନିକଟରେ ଏକ ସନ୍ଦିଗ୍ଧ ଦାମୀକିଆ କାର (ୟୁପି – ୧୬ – ଏବି – ୬୬୪୬)କୁ ଅଟକାଇଥିଲେ। ଉକ୍ତ କାରକୁ ଯାଞ୍ଚ କରିବାରୁ ଗୋଡ ରଖିବା ସ୍ଥାନରେ ଗୁପ୍ତ ଚାମ୍ବର କରାଯାଇ ଗଞ୍ଜେଇ ଚାଲାଣ କରାଯାଉଥିବାର ମିଳିଥିଲା। ଗାଡିରୁ ୫ଟି ଜରି ବସ୍ତାରେ ସମୁଦାୟ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା। ଗଞ୍ଜେଇ ଚାଲାଣକାରୀ କାରରେ ପୁଲିସର ଲୋଗୋ ବ୍ୟବହାର କରି ଆନ୍ଧ୍ର ପ୍ରଦେଶରୁ ବିହାର ରାଜ୍ୟକୁ ଚାଲାଣ କରୁଥିବାର ଯାଞ୍ଚ ସମୟରେ ଜଣାପଡ଼ିଥିଲା। ଏଣୁ ଚାଲାଣକାରୀ ବିହାର ରାଜ୍ୟ ବକ୍ସର ଜିଲା ନିବାସୀ ସୂର୍ଯ୍ୟଭାନ ଯାଦବ (୨୪), ହରେନ୍ଦ୍ର ଯାଦବ (୩୩) ଓ ରବି ଶଙ୍କର ଯାଦବ (୨୨)ଙ୍କୁ ଗିରଫ କରିଥିଲା। ଜବତ ହୋଇଥିବା ଗଞ୍ଜେଇ ଓ କାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ। ଏ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଇନିସପେକ୍ଟର ଶଶିକାନ୍ତ ଦତ୍ତସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories