www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜେଇ ଚୋରା ଚାଲାଣ ; ଗଞ୍ଜେଇ ,୪ଟି ହାତ ବୋମା ଜବତ

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ୍ ୱେ ) ର ଖିଣ୍ଡା ଛକ ପାଖରେ ରବିବାର ବିଳମ୍ବିତ ରାତିରେ ଠେଲକୋଲୋଇ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ ଟାଟା ସଫାରି ଗାଡି ସହ ୨୨ ପ୍ୟାକେଟ୍‌‌ ଗଞ୍ଜେଇ ଏବଂ ୪ଟି ହାତ ତିଆରି ବୋମା ଜବତ କରିଛି। ଏଥିରେ ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀ ମାଫିଆ ରାକେଟ୍ ର ସଂପୃକ୍ତି ଥିବାର ସନ୍ଦେହ କରାଯାଉଛି।

ତେବେ ଟାଟା ସଫାରି,ଗଞ୍ଜେଇ ଏବଂ ବୋମା ଜବତ କରାଯାଇଥିଲେ ମଧ୍ୟ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ  ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି। ଏହି ଘଟଣା ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରି ଚର୍ଚ୍ଚାର ବିଷୟ ହୋଇଛି। ଠେଲକୋଲୋଇ ଆଇଆଇସି ବିଭୂତିଭୂଷଣ ଦଲାଇଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ରବିବାର ରାତିରେ ଠେଲୋକୋଲୋଇ ପୁଲିସ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ରାତି ପ୍ରାୟ ୨ଟା୩୦ ମିନିଟ୍ ସମୟରେ ଖିଣ୍ଡା ଛକର ଅନତି ଦୂରରେ ଏକ ଟାଟା ସଫାରି ଛିଡା ହୋଇଥିବା ଏବଂ ଜଣେ ବ୍ୟକ୍ତି ଉକ୍ତ ଗାଡିର ଚକ ବଦଲାଉଥିବାର ଦେଖିବାକୁ ପାଇଥିଲେ।
ପାଟ୍ରୋଲିଂ ଗାଡିରୁ ଓହ୍ଳାଇ ପୁଲିସ ଟିମ୍ ଉକ୍ତ ଟାଟା ସଫାରି ଗାଡି ପାଖକୁ ପହଞ୍ଚିଲା ବେଳକୁ ଗାଡି ପାଖରେ ଏବଂ ଭିତରେ ଥିବା ଚୋରା ଚାଲାଣକାରି ଫେରାର୍ ମାରି ସାରିଥିଲେ।

- Advertisement -

ପୁଲିସ ଟିମ୍ ଟାଟା ସଫାରି ଯାଞ୍ଚ କଲା ବେଳେ ଗାଡି ଭିତରେ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ୍‌‌ ଏବଂ ଏକ ପଲିଥିନରେ ୪ଟି ହାତ ବୋମା ଥିବାର ଦେଖି ଆଇଆଇସିଙ୍କୁ ସୂଚନା ଦେଇଥିଲେ। ଆଇଆଇସି ଶ୍ରୀ ଦଲାଇ ଘଟଣା ସ୍ଥଳକୁ ପହଞ୍ଚି ଏସଂକ୍ରାନ୍ତରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରିଥିଲେ। ସନ୍ଧାନୀ କୁକୁର ଏବଂ ଜିଲ୍ଲା ବମ୍ ସ୍କୁଆର୍ଡ ର ଇନ୍ସପେକ୍ଟର ପ୍ରଶାନ୍ତ ଭୋଇ ସଦଳବଳେ ଘଟଣା ସ୍ଥଳକୁ ପହଞ୍ଚି ବୋମା ଉଦ୍ଧାର କରି ଜବତ ହୋଇଥିବା ସମସ୍ତ ବୋମାକୁ ଅକାମୀ କରିଥିଲେ। ଏକଜ୍ୟୁକେଟିଭ୍ ମାଜିଷ୍ଟ୍ରେଟ୍ ରେଙ୍ଗାଲି ତହସିଲଦାର , ସଦର ଏସଡିପିଓ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତିରେ ଜବତ ହୋଇଥିବା ଗଞ୍ଜେଇର ଓଜନ ଏବଂ ସିଲ୍ କରାଯାଇଛି।

ଜବତ ହୋଇଥିବା ଗଞ୍ଜେଇ ବୋଝେଇ ଟାଟା ସଫାରି ଗାଡିରେ ଲାଗିଥିବା ନମ୍ବର ପ୍ଲେଟ୍‌‌ରେ ଓଆର୍-୦୨-ବି.ଆର୍-୭୦୭୦ ଲେଖାଥିବା ବେଳେ ଗାଡି ଭିତରୁ ୟୁପି-୩୨-ଇଏଲ୍-୧୮୯୨ ଲେଖଥିବା ଦୁଇଟି ନମ୍ବର ପ୍ଲେଟ୍‌‌ ଏବଂ ବିଧାୟକ ଉତ୍ତରପ୍ରଦେଶ ବିଧାନସଭା ସଚିବାଳୟ ଲେଖାଥିବା ଏକ ପାସ୍ କ୍ରମିକ ନଂ୦୭୬୦ ଜବତ କରାଯାଇଥିବାର ଜଣାପଡିଛି। ଉକ୍ତ ପାସ୍ ରେ ୟୁପି-୩୨-ଇଏଲ୍-୧୮୯୨ ଗାଡିର ନମ୍ବର ମଧ୍ୟ ଲେଖା ଥିବାର ଦେଖିବାକୁ ମିଳିଛି। ଟାଟା ସଫାରି ଗାଡି ବାହାରେ ଓଡିଶାର ନମ୍ବର ପ୍ଲେଟ୍‌‌ ଲାଗିଥିବା ବେଳେ ଗାଡି ଭିତରୁ ଉତ୍ତର ପ୍ରଦେଶର ନମ୍ବର ପ୍ଳେଟ୍ ଏବଂ ବିଧାୟକ ଲେଖାଥିବା ବିଧାନ ସଭା ସଚିବାଳୟ ର ପାସ୍ ଜବତ କରାଯାଇଥିବା ପରିପ୍ରେକ୍ଷୀ ରେ ଏହି ଚୋରାଚାଲାଣ କାରବାର ରେ ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଙ୍କ ସଂପୃକ୍ତି ଥିବା ସନ୍ଦେହ କୁ ଅଧିକ ସୁଦୃଢ କରୁଛି। ଗାଡିରେ ଲାଗିଥିବା ନମ୍ବର ପ୍ଲେଟ୍‌‌ ଏକ ଜାଲ୍ ନମ୍ବର ବୋଲି କୁହାଯାଉଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରାଯାଇ ପୁଲିସ ତନାଘନା ଜାରି ରଖିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories