www.samajalive.in
Saturday, December 6, 2025
26.1 C
Bhubaneswar

ସପ୍ତାହ ପରେ ମହିଳା, ବାଳକ ଜୀବନ୍ତ ଉଦ୍ଧାର

ଅଙ୍କାରା/ଦମାସ୍କସ୍‌ : ତୁର୍କୀ ଓ ସିରିୟା ଭୂମିକମ୍ପ ମୃତ୍ୟୁସଂଖ୍ୟା  ୩୬ହଜାର ଅତିକ୍ରମ କରିଛି। ଭୂମିକମ୍ପ ହେବାର ୭ଦିନ ବିତି ଯାଇଥିବାବେଳେ ଧ୍ବଂସାବଶେଷ ମଧ୍ୟରୁ ମୃତ ଓ ଜୀବିତ ଲୋକଙ୍କୁ ଉଦ୍ଧାର ଜାରି ରହିଛି। ମୃତ୍ୟୁସଂଖ୍ୟା ନିୟମିତ ଭାବେ ବୃଦ୍ଧି ପାଇଚାଲିଥିବାବେଳେ ଧ୍ବଂସାବଶେଷ ମଧ୍ୟରୁ କିଛି ଜୀବିତ ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ସୋମବାର ତୁର୍କୀ ଗାଜିଆନ୍ତେପ ପ୍ରଦେଶର ଭଗ୍ନାବଶେଷ ମଧ୍ୟରୁ ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଉଦ୍ଧାର ମହିଳା ଜଣଙ୍କ ହେଉଛନ୍ତି ସିବେଶ କାୟା (୪୦)। ଭୂମିକମ୍ପର ୭ଦିନ ଅର୍ଥାତ୍ ୧୭୦ ଘଣ୍ଟା ପରେ ମହିଳା ଜୀବନ୍ତ ଉଦ୍ଧାର ହେବା ଆଶ୍ଚର୍ଯ୍ୟର ବିଷୟ ହୋଇଛି। ମହିଳାଙ୍କୁ ଉଦ୍ଧାର ପରେ ଦକ୍ଷିଣ ହାଟାଏ ପ୍ରଦେଶର ଆଉ ଜ​ଣେ‌ ବାଳକକୁ ମଧ୍ୟ ଜୀବନ୍ତ ଉଦ୍ଧାର କରାଯାଇଛି। ଉଦ୍ଧାର ବାଳକର ବୟସ ୧୩ବର୍ଷ। ଭୂମିକମ୍ପର ୧୮୨ ଘଣ୍ଟା ପରେ ଉକ୍ତ ବାଳକକୁ ଉଦ୍ଧାର କରାଯାଇଛି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଗ୍ନାବଶେଷ ମଧ୍ୟରୁ ଲୋକଙ୍କୁ ଜୀବିତ ଉଦ୍ଧାର ପରେ ଉଦ୍ଧାରକାରୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ସେମାନେ ଦିନ ରାତି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ରବିବାର ମଧ୍ୟ ଭଗ୍ନାବଶେଷ ମଧ୍ୟରୁ ୩ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ଏବେସୁଦ୍ଧା ସମସ୍ତ ସ୍ଥାନରେ ଉଦ୍ଧାର କାର୍ଯ୍ୟ କରାଯାଇପାରି ନାହିଁ। ତେବେ ଜାତିସଂଘ କହିଛି ଯେ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଲୋକଙ୍କୁ ବାସସ୍ଥାନ, ଖାଦ୍ୟ, ସ୍ବାସ୍ଥ୍ୟସେବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ଉପରେ ଗୁରୁତ୍ବ ଦିଆଯିବ।
ଅନ୍ୟପଟେ ତୁର୍କୀରେ ହୋଇଥିବା ଭୂମିକମ୍ପ କ୍ଷତିର ପରିମାଣ ୮୪୦୦ କୋଟି ଡଲାର ହେବ ବୋଲି ଆକଳନ କରାଯାଇଛି। ମାତ୍ର ତୁର୍କୀ ସରକାରଙ୍କ କହିବା ଅନୁଯାୟୀ ଭୂମିକମ୍ପ କ୍ଷତି ୫୦୦୦ କୋଟି ଡଲାରରୁ ଅଧିକ ହେବ। ଫେବୃୃଆରୀ ୬ (ସୋମବାର) ତୁର୍କୀ ଓ ସିରିୟା ସୀମାରେ ୭.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହି ଶକ୍ତିଶାଳୀ ଭୂମିକମ୍ପ ପରେ ପରେ ଆଉ ଦୁଇ ଥର ୭.୬ ଓ ୬.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପରେ ତୁର୍କୀରେ ୩୧ ହଜାର ଓ ସିରିୟରେ ୪ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories