www.samajalive.in
Sunday, December 7, 2025
26.1 C
Bhubaneswar

ପୁଲୱାମା ସହିଦଙ୍କ ଶ୍ରଦ୍ଧାଞ୍ଜଳିରେ ରକ୍ତଦାନ

ଟିଟିଲାଗଡ଼ : ନାଗରିକ ମଞ୍ଚ ଟିଟିଲାଗଡ଼ ପକ୍ଷରୁ ପୁଲୱାମା ସହିଦ ଦିବସ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆଜି ଏନେଇ ସ୍ଥାନୀୟ ପଞ୍ଚାୟତି ମହାବୀର ଧର୍ମଶାଳା ଠାରେ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଏବଂ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ମଞ୍ଚ ସଭାପତି ରାଧାକାନ୍ତ ପାଢ଼ୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଯୋଗ ଦେଇ ସହିଦଙ୍କ ଫୋଟୋ ଚିତ୍ରରେ ପୁଷ୍ପଗୁଛ ଅର୍ପଣ ସହ ଦେଶ ପାଇଁ ବୀରଙ୍କ ସହିଦ ଗାଥା ଆମକୁ ଦେଶ ପ୍ରତି ସମର୍ପିତ ହେବାକୁ ପ୍ରେରଣା ଦେଉ ବୋଲି କହିଛନ୍ତି ।
ଉପଜିଲ୍ଲାପାଳ ରକ୍ତଦାନ ଶିବିର ଉଦଘାଟନ କରିଥିବା ବେଳେ ସମାଜସେବୀ ଦୁର୍ଗେଶ ନନ୍ଦିନୀ ସାହୁ ପ୍ରଥମେ ରକ୍ତଦାନ କରିଥିଲେ । ଶିବିରରେ ସହାୟକ ଜିଲାପାଳ ଚନ୍ଦ୍ରପ୍ରକାଶ ଦେହୁରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ମଞ୍ଚ ସଂଗଠନ ସମ୍ପାଦକ ମନୋଜ ହାତୀ, ଉପସଭାପତି ପଦ୍ମନାଭ ବେହେରା, ପୂର୍ବ ନଗରପାଳ ଶୁଭ୍ରାଂଶୁ ଶେଖର ଦାଶ, ଲାୟନ୍ସ କ୍ଲବ ସଭାପତି ଲିଙ୍ଗରାଜ ସାହୁ, ସମ୍ପାଦକ ଶୈଳେଶ ଗୋୟଲ, ବଣିକ ସଂଘ ସଭାପତି ଶମ୍ଭୁପ୍ରସାଦ ଗୋଏଲ, ଜିଲା ସରପଞ୍ଚ ସଂଘ ସଭାପତି ବୀରବର ସାହୁ, ନାରୀ ସଂଗଠନ ସଭାନେତ୍ରୀ ଅଞ୍ଜଳି ବେହେରା, ବ୍ଲକ ସରପଞ୍ଚ ସଂଘ ସମ୍ପାଦକ ନରେଶ ଅଗ୍ରୱାଲ, ରକ୍ତଦାତା ସଂଘ ସଭାପତି ବନମାଲି ବେହେରା, ଈଶ୍ୱର ଜୈନ, ହରିନାରାୟଣ ମିଶ୍ର, ସୁଧୀର ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମାଜସେବା ତଥା ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ନେଇ ଟିଟିଲାଗଡ଼ ଲାୟନ୍ସ କ୍ଲବ, ସନ୍ତୋଷ ପୋଢ଼, ଅଜୟ ବେହେରା, ବବ୍ଲୁ ରଣା, ସରୋଜ ବେହେରାଙ୍କୁ ଉପଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories