www.samajalive.in
Saturday, December 13, 2025
27.1 C
Bhubaneswar

ବିଦ୍ୟୁତ ଖୁଣ୍ଟ ଚୋରୀ ବେଳେ ଧରା ପଡିଲେ ୨ଚୋର

ରେଙ୍ଗାଲି: ରେଙ୍ଗାଲି ବ୍ଳକ ଲପଙ୍ଗା ଠାରେ ଥିବା ଆଦିତ୍ୟ ଆଲୁମିନିୟମ କମ୍ପାନୀର ଶାସନ ଥାନା ଅନ୍ତର୍ଗତ ପିତାପଲି ଠାରେ ଏକ ପମ୍ପହାଉସ ଅଛି। ପଧାନପାଲିରୁ ଉକ୍ତ ପମ୍ପହାଉସକୁ ୩୩ କେଭି ଲାଇନ ଯିବା ପାଇଁ ବିଦ୍ୟୁତ ଖୁଣ୍ଟ ପୋତା ଯାଇଥିଲା। ଖୁଣ୍ଟ ପୋତିବା କାମ ଶୁଭମ୍ ଏଣ୍ଟରପ୍ରାଇଜେସ୍ ଏକ ଠିକା ସଂସ୍ଥାକୁ ଦିଆଯାଇଛି। ଗତ କିଛିଦିନ ହେବ କେତେକ ଚୋର ରାତି ଅଧରେ ଆସି ବିଦ୍ୟୁତ ଖୁଣ୍ଟ ଗୁଡିକ କାଟି ପ୍ରାୟ ୨୨ଟି ପୋଲ ଚୋରି କରି ନେଇଥିଲେ। ଚୋରମାନଙ୍କୁ ଧରିବାକୁ କମ୍ପାନୀ ସୁରକ୍ଷା କର୍ମୀମାନେ ରାତିସାରା ଜଗି ରହି ନିରୀକ୍ଷଣ କରୁଥିବା ସମୟରେ ଏକ ଟେମ୍ପୋରେ ଚୋରମାନେ ଆସି ଚୋରି କଲା ସମୟରେ ଘିଚାମୁରାର ସୁମନ୍ତ କିଷାନ ଓ ଜନ୍ମ କିଷାନ ସୁରକ୍ଷା କର୍ମୀ ହାତରେ ଧରା ପଡ଼ିଥିଲେ। ସେମାନଙ୍କ ସହିତ ଅନ୍ୟ କେତେଜଣ ଫେରାର୍ ହୋଇଯାଇଥିଲେ। ତାଙ୍କ ପାଖରୁ ଗ୍ୟାସ କଟର, ସିଲିଣ୍ଡର ଆଦି ଧରାପଡିଛି। ଶାସନ ପୋଲିସ ଏକ ଚୋରି ମାମଲା ରୁଜ୍ଜୁ କରି ଅନ୍ୟ ଚୋରମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories